indiatoday
ମୁମ୍ବାଇ: କଙ୍ଗନା ରାଣାୱତଙ୍କ ମା’ ଆଶା ରାଣାୱତ ଏବେ କଂଗ୍ରେସକୁ ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି) କୁ ସମର୍ଥନ କରିବେ ବୋଲି କହିଛନ୍ତି। ଝିଅ କଙ୍ଗନାଙ୍କ ସହ ଘଟିଥିବା ଘଟଣା ବିଷୟରେ ତାଙ୍କୁ ପଚରାଯିବା ପରେ ସେ କହିଥିଲେ ଯେ, ଆମେ ଅନେକ ବର୍ଷ ଧରି କଂଗ୍ରେସକୁ ସମର୍ଥନ କରି ଆସୁଛୁ। କିନ୍ତୁ ଆଜି ବିପଦରେ ଆମକୁ ବିଜେପି ସାହାଯ୍ୟ କରିଛି। ଏହା ସହ ମୁମ୍ବାଇ ଗସ୍ତ ପୂର୍ବରୁ କଙ୍ଗନାଙ୍କୁ ସୁରକ୍ଷା ଯୋଗାଇ ଦେଇଥିବାରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଜାତୀୟ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ଆଶା ରାଣାୱତ କହିଛନ୍ତି ଯେ, “ସମଗ୍ର ଦେଶର ଆଶୀର୍ବାଦ କଙ୍ଗନା ସହିତ ଅଛି। ମୁଁ ଗର୍ବିତ ଯେ, ମୋ ଝିଅ ସର୍ବଦା ସତ୍ୟ ପାଇଁ ଛିଡା ହୋଇଛି | ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି। ଆମେ ବିଜେପି ସହିତ ମଧ୍ୟ ଜଡିତ ନୁହଁ, ଆମେ କଂଗ୍ରେସକୁ ସମର୍ଥନ କରୁଥିଲୁ। ମୋର ଶଶୁର କଂଗ୍ରେସ ଦଳର ସଦସ୍ୟ ଥିଲେ। କିନ୍ତୁ ଆମେ କଂଗ୍ରେସ ସମର୍ଥକ ଜାଣି ମଧ୍ୟ ବିଜେପି ମୋ ଝିଅକୁ ସୁରକ୍ଷା ଦେଇଛି। ”
WORLD NEWS TODAY 24x7ଏହା ସହ ଆଶା ରାଣାୱତ୍ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜଣାଇ କହିଛନ୍ତି ଯେ, “ଅମିତ ଶାହା ଆମକୁ ସାହାଯ୍ୟ କରି ମୋ ଝିଅକୁ ସୁରକ୍ଷା ଦେଇଛନ୍ତି। ମୁଁ ଅମିତ ଶାହାଙ୍କ ସହ ମୋଦୀଜୀଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଯଦି ମୋ ଝିଅକୁ ସୁରକ୍ଷା ମିଳିନଥାନ୍ତା, ତେବେ ତା’ ସହିତ କ’ଣ ହୋଇଥାନ୍ତା ଭଗବାନ ଜାଣନ୍ତି। ବର୍ତ୍ତମାନ ଆମେ ମୋଦୀଜୀଙ୍କ ସହ ଅଛୁ।
Follow Us