ଉଦ୍ଧବ ଠାକରେ ‘ବର୍ଷା’ ଛାଡ଼ିବା ପରେ କଙ୍ଗନାଙ୍କ ପୁରୁଣା ଭିଡିଓ ଭାଇରାଲ

Advertisment

ନାରୀ ଅମର୍ଯ୍ୟାଦାକାରୀଙ୍କ ବିନାଶ ଅବଶ୍ୟମ୍ଭାବୀ

ନାରୀ ଅମର୍ଯ୍ୟାଦାକାରୀଙ୍କ ବିନାଶ ଅବଶ୍ୟମ୍ଭାବୀ

ଉଦ୍ଧବ ଠାକରେ ‘ବର୍ଷା’ ଛାଡ଼ିବା ପରେ କଙ୍ଗନାଙ୍କ ପୁରୁଣା ଭିଡିଓ ଭାଇରାଲ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଂକଟ ଦେଖାଦେବା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ‘ବର୍ଷା’ ଛାଡ଼ି ବୁଧବାର ତାଙ୍କ ପୈତୃକ ବାସଭବନ ‘ମାତୋଶ୍ରୀ’କୁ ଚାଲିଯିବା ପରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଙ୍ଗନା କହିବାର ଦେଖାଯାଉଛି - ‘ଉଦ୍ଧବ ଠାକରେ! ଆପଣ କ’ଣ ଭାବୁଛନ୍ତି? ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘରକୁ ଭାଙ୍ଗିଦେଇ ମୋ ଉପରେ ପ୍ରତିଶୋଧ ନେଇଛନ୍ତି? ଆଜି ମୋ ଘର ଭାଙ୍ଗିଛି, କାଲି ଆପଣଙ୍କ ଗର୍ବ ଭାଙ୍ଗିବ। ତାହା କେବଳ ସମୟ ଉପରେ ନିର୍ଭର କରେ। ମନେ ରଖିବେ।’ ଟ୍ବିଟର ବ୍ୟବହାରକାରୀମାନେ କଙ୍ଗନାଙ୍କ ଏହି ପୁରୁଣା ଭିଡିଓକୁ ସେୟାର କରି ଭାଇରାଲ କରିବା ସହ ଜଣାଇ ଦେଇଛନ୍ତି ଯେ କଙ୍ଗନାଙ୍କ ୨୦୨୦ର ଭବିଷ୍ୟବାଣୀ ସତ୍ୟ ଥିଲା। ୨୦୨୦ରେ ବୃହନ୍‌ମୁମ୍ବାଇ ପୌର ନିଗମ ଦ୍ବାରା କଙ୍ଗନାଙ୍କ ଘରକୁ ଭାଙ୍ଗିଦିଆଯାଇଥିଲା।

ବିବାଦୀୟ ବୟାନ ପାଇଁ ଜଣାଶୁଣା କଙ୍ଗନାଙ୍କ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି। ସେଥିରେ କଙ୍ଗନା କହିଛନ୍ତି: ‘‘ଯିଏ ମହିଳାଙ୍କୁ ବେଇଜ୍ଜତ କରିଛନ୍ତି ତାଙ୍କର ପତନ ହୋଇଛି- ଇତିହାସ ଏହାର ସାକ୍ଷୀ। ରାବଣ ସୀତାଙ୍କୁ ଅପମାନିତ କଲା, କୌରବମାନେ ଦ୍ରୋପଦୀଙ୍କୁ। ସେମାନଙ୍କର ବିନାଶ ଘଟିଲା। ମୁଁ ସେପରି ମହାନ ନାରୀମାନଙ୍କ ସହ ତୁଳନୀୟା ନୁହେଁ। କିନ୍ତୁ ମୁଁ ବି ଜଣେ ନାରୀ ଏବଂ ମୋର ନୈତିକତା ଅକ୍ଷୁଣ୍ଣ ରହିଛି। ମୁଁ କାହାକୁ ଆଘାତ ଦେଇନାହିଁ... ମୁଁ ଦୃଢ଼ଭାବରେ ବିଶ୍ବାସ କରେ ଯେ ଆପଣ ଜଣେ ମହିଳାଙ୍କୁ ଅପମାନିତ କରିଛନ୍ତି, ଆପଣଙ୍କର ବିନାଶ ଅବଶ୍ୟମ୍ଭାବୀ।’’ କଙ୍ଗନାଙ୍କ ଏହି ଭିଡିଓଦ୍ବୟ ଏପରି ସମୟରେ ଭାଇରାଲ ହୋଇଛି ଯେତେବେଳେ ମହାରାଷ୍ଟ୍ରରେ ଶିବସେନାରେ ବିଦ୍ରୋହ ଦାନା ବାନ୍ଧିଛି ଏବଂ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ ଓ ଦଳର ଅଧ୍ୟକ୍ଷ ପଦ ବିପଦରେ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe