ମଣ୍ଡିରେ କଙ୍ଗନା-ବିକ୍ରମାଦିତ୍ୟ ଟକ୍କର

Advertisment
ମଣ୍ଡିରେ କଙ୍ଗନା-ବିକ୍ରମାଦିତ୍ୟ ଟକ୍କର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ମଣ୍ଡି ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହେବେ। ଆଜି ଏ ବାବଦରେ ବିକ୍ରମାଦିତ୍ୟଙ୍କ ମା’ ତଥା ଦଳର ରାଜ୍ୟ ମୁଖ୍ୟ ପ୍ରତିଭା ସିଂହ ଘୋଷଣା କରିଛନ୍ତି। ବିଜେପି ମଣ୍ଡିରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିପକ୍ଷରେ ବିକ୍ରମାଦିତ୍ୟ ପ୍ରାର୍ଥୀ ହେଲେ ଏଠାରେ ମୁକାବିଲା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି କୁହାଯାଉଛି ।

ନିଜ ପୁଅର ପ୍ରାର୍ଥିତ୍ୱ ବିଷୟରେ ପ୍ରତିଭା ସିଂହ କହିଛନ୍ତି ଯେ ମଣ୍ଡିର ଲୋକମାନେ ସର୍ବଦା ଆମକୁ ସମର୍ଥନ ଦେଇଆସିଛନ୍ତି। ମଣ୍ଡି ଆସନରୁ ତିନିଥର ବିଜୟୀ ହୋଇଥିବା ପ୍ରତିଭା କହିଛନ୍ତି, କଙ୍ଗନା ବିକ୍ରମାଦିତ୍ୟଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିପ୍ରତି ସେ ଧ୍ୟାନ ଦେଉନାହାନ୍ତି। କଙ୍ଗନା ଗୁରୁବାର ବିକ୍ରମାଦିତ୍ୟ ସିଂହଙ୍କୁ ସମାଲୋଚନା କରି କହିଥିଲେ ଯେ ସେ ତାଙ୍କୁ ଧମକ ଦେବାକୁ ପ୍ରୟାସ କରୁଛନ୍ତି ଏବଂ ଏଭଳି କରିବାରେ ସେ କଦାପି ସଫଳ ହେବେ ନାହିଁ। ମଣ୍ଡି କାହାର ପୂର୍ବପୁରୁଷଙ୍କ ସମ୍ପତ୍ତି ନୁହେଁ ଯେ ସେମାନେ ଆମକୁ ଧମକାଇବେ ବୋଲି କଙ୍ଗନା କହିଥିଲେ। ସୂଚନାଯୋଗ୍ୟ, ନିକଟରେ ବିକ୍ରମାଦିତ୍ୟ ଏକ ବୟାନରେ କହିଥିଲେ ଯେ କଙ୍ଗନା ଅତୀତରେ ଗୋମାଂସ ଖାଇଛନ୍ତି। ଏହାକୁ ନେଇ କଙ୍ଗନା ବିକ୍ରମାଦିତ୍ୟଙ୍କୁ କଡ଼ା ସମଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe