କଙ୍ଗନା ଗୃହ ନିର୍ମାଣର ନିୟମ ଉଲ୍ଲଂଘନ କରିଛନ୍ତି: ମୁମ୍ବାଇ କୋର୍ଟ

Advertisment
କଙ୍ଗନା ଗୃହ ନିର୍ମାଣର ନିୟମ ଉଲ୍ଲଂଘନ କରିଛନ୍ତି: ମୁମ୍ବାଇ କୋର୍ଟ

The Economic Times

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଖାର୍‌ ସ୍ଥିତ ତାଙ୍କ ବାସଭବନ ପାଇଁ ମଂଜୁର ହୋଇଥିବା ପ୍ଲାନ୍‌ର ଉଲ୍ଲଂଘନ କରିଛନ୍ତି। ୩ଟି ଫ୍ଲାଟ୍‌କୁ ଭାଙ୍ଗି ସେ ଗୋଟିଏ ଫ୍ଲାଟ୍‌ କରିଛନ୍ତି ଏବଂ ଫ୍ଲାଟ୍‌ର ସମସ୍ତ ମୁକ୍ତାଞ୍ଚଳକୁ ନିଜର ସୁବିଧା‌ପାଇଁ ନିଜ ବାସଭବନ ସହ ମିଶାଇଛନ୍ତି। ଦିନ୍ଦୋସି ସିଭିଲ୍‌ କୋର୍ଟ ବିଚାରପତି ଏଲଏସ୍‌ ଚୌହାନ ଆଜି ଉକ୍ତ ମାମଲାରେ କଙ୍ଗନାଙ୍କ ଦ୍ବାରା ହୋଇଥିବା ଏକ ଆବେଦନକୁ ଖାରଜ କରି କହିଛନ୍ତି, କଙ୍ଗନା ୩ଟି ୟୁନିଟ୍‌କୁ ଗୋଟିଏରେ ପରିଣତ କରିଛନ୍ତି ଯାହାକି ମଂଜୁର ହୋଇଥିବା ଯୋଜନାର ବଡ଼ ଉଲ୍ଲଂଘନ ପ୍ରମାଣିତ ହୋଇଛି। ସେ ୩ଟି ସଙ୍କ୍‌ ଏରିଆ, ଡକ୍ଟ ଏରିଆ ଏବଂ ଲୋକମାନଙ୍କର ସାଧାରଣ ଯାତାୟତ ରାସ୍ତାକୁ ନିଜ ସୁବିଧା ପାଇଁ ମିଶାଇ ଦେଇଛନ୍ତି। ଏହାଦ୍ବାରା ଯେଉଁ ପ୍ଲାନ୍‌ ମଂଜୁର ହୋଇଥିଲା ତାହାକୁ ସେ ନିଜ ଇଚ୍ଛାରେ ବଦଳାଇଛନ୍ତି ବୋଲି କୋର୍ଟ କହିଛନ୍ତି।

ବିଏମ୍‌ସି ଦ୍ବାରା ଜାରି ହୋଇଥିବା ଏକ ନୋଟିସ୍‌କୁ ଚ୍ୟାଲେଂଜ କରି କଙ୍ଗନା କୋର୍ଟରେ ଏକ ଆବେଦନ କରିଥିଲେ। କଙ୍ଗନାଙ୍କ ଖାର୍‌ ସ୍ଥିତ ବାସଭବନରେ କରାଯାଇଥିବା ବେଆଇନ ନିର୍ମାଣକୁ ହଟାଇବା ସହ ୩ଟି ଫ୍ଲାଟ୍‌କୁ ଏହାର ପୂର୍ବ ସ୍ଥିତିକୁ ଫେରାଇ ଆଣିବାପାଇଁ କଙ୍ଗନାଙ୍କୁ ନୋଟିସ୍‌ ହୋଇଥିଲା। ‌ତେବେ କଙ୍ଗନା ଏହି ନୋଟିସ୍‌କୁ ଚ୍ୟାଲେଂଜ କରି କୋର୍ଟରେ ଏକ ଆବେଦନ କରିଥିଲେ। କୋର୍ଟ କଙ୍ଗନାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe