ଟେଲିଭିଜନ୍‌ ଓ ସାମାଜିକ ଗଣମାଧ୍ୟମ ବିତର୍କରେ ହେଉଥିବା କଙ୍ଗାରୁ କୋର୍ଟ ଦେଶକୁ ପଛୁଆ କରାଉଛି: ପ୍ରଧାନ ବିଚାରପତି ଏନ୍‌.ଭି. ରମନା

ଟେଲିଭିଜନ୍‌ ଓ ସାମାଜିକ ଗଣମାଧ୍ୟମ ବିତର୍କରେ ହେଉଥିବା କଙ୍ଗାରୁ କୋର୍ଟ ଦେଶକୁ ପଛୁଆ କରାଉଛି: ପ୍ରଧାନ ବିଚାରପତି ଏନ୍‌.ଭି. ରମନା

Image Courtesy of NDTV

ନୂଆଦିଲ୍ଲୀ: ଟେଲିଭିଜନ୍‌ ଓ ସାମାଜିକ ଗଣମାଧ୍ୟମ ବିତର୍କରେ ହେଉଥିବା କଙ୍ଗାରୁ କୋର୍ଟ ଦେଶକୁ ପଛୁଆ କରାଉଛି ବୋଲ ଆଜି ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା କହିଛନ୍ତି। ଏସବୁ ବିତର୍କ ଏକତରଫା, ବିଭ୍ରାନ୍ତିକର ସୂଚନାସମ୍ବଳିତ ଏବଂ ନ୍ୟସ୍ତସ୍ବାର୍ଥ-ଚାଳିତ ବୋଲି ସେ କହିଛନ୍ତି।

ରାଞ୍ଚିରେ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନ ବିଚାରପତି ରମନା କହିଲେ, ବିଚାରପତିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ସମ୍ମିଳିତ ଅଭିଯାନ ଚାଲିଛି। ବିଚାରପତିମାନେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ନ ପାରନ୍ତି। ଏହାକୁ ଦୁର୍ବଳତା ଅଥବା ଅସହାୟତା ବୋଲି ଧରିନିଅନ୍ତୁ ନାହିଁ।

publive-image Image Courtesy of NDTV

ନୂଆ ଗଣମାଧ୍ୟମ ଉପକରଣଗୁଡ଼ିକର ବ୍ୟାପକ ପ୍ରସାରଣ କ୍ଷମତା ଥିଲେ ବି ସେ ସବୁ ଠିକ୍‌ ଓ ଭୁଲ୍‌, ଭଲ ଓ ମନ୍ଦ, ପ୍ରକୃତ ଓ ନକଲି ମଧ୍ୟରେ ପ୍ରଭେଦ ଜାଣିବାର ସାମର୍ଥ୍ୟ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମାମଲା ସମାଧାନ କରିବାରେ ଗଣମାଧ୍ୟମ ବିଚାର ମାର୍ଗଦର୍ଶନକାରୀ ନୁହନ୍ତି। ଆମେ ଦେଖୁଛୁ, ଅଭିଜ୍ଞ ବିଚାରପତିମାନେ ସାମଧାନ କରିବାକୁ କଷ୍ଟକର ମଣୁଥିବା ମାମଲାଗୁଡ଼ିକ ଉପରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଉଛି।

ଗଣମାଧ୍ୟମରେ ପ୍ରସାରିତ ପକ୍ଷପାତ ମତାମତ ଗଣତନ୍ତ୍ରକୁ ଦୁର୍ବଳ କରିବା ସହ ଶାସନ ବ୍ୟବସ୍ଥାର କ୍ଷତି କରୁଛି। ଏଥିଯୋଗୁଁ ବିଚାର ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ନିଜ ସୀମା ଓ ଦାୟିତ୍ବ ଉଲ୍ଲଂଘନ କରି ଗଣମାଧ୍ୟମ ଆମ ଗଣତନ୍ତ୍ରକୁ ଦୁଇପାଦ ପଛକୁ ହଟାଇ ନେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe