the indian express
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିକଟରେ ଦେଇଥିବା ‘ଖଲିସ୍ତାନୀ ଆତଙ୍କବାଦୀ’ ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟା ଧମକ ମିଳିବାରୁ ସେ ଏତଲା ରୁଜୁ କରିଛନ୍ତି। କଙ୍ଗନା କହିଛନ୍ତି, ଯଦି ତାଙ୍କ ସହ କିଛି ଘଟିଲା ତେବେ ଘୃଣ୍ୟ ରାଜନୀତି କରୁଥିବା ଲୋକମାନେ ଏଥିପାଇଁ ମୁଖ୍ୟତଃ ଦାୟୀ ରହିବେ। କଙ୍ଗନାଙ୍କୁ ଯେଉଁମାନେ ଧମକ ଦେଇଛନ୍ତି ସେମାନଙ୍କ ବିରୋଧରେ କଙ୍ଗନା ଏତଲା ରୁଜୁ କରିଛନ୍ତି।
ପଂଜାବ ସରକାର ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଙ୍ଗନା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅନୁରୋଧ କରିଛନ୍ତି। କଙ୍ଗନା କହିଛନ୍ତି, ଖଲିସ୍ତାନୀ ଆତଙ୍କବାଦୀ ଟିପ୍ପଣୀ ପାଇଁ ତାଙ୍କୁ ବାରମ୍ବାର ଧମକ ମିଳୁଛି। ଭଟିଣ୍ଡାର ଜଣେ ବ୍ୟକ୍ତି ହତ୍ୟା କରିବାପାଇଁ ଖୋଲାଖୋଲି ଧମକ ଦେଉଛନ୍ତି। ତେବେ ମୁଁ ଏଭଳି ଧମକକୁ ଭୟ କରୁନି ବୋଲି କଙ୍ଗନା କହିଛନ୍ତି। ଦେଶ ବିରୋଧରେ ଯେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି ମୁଁ ସେମାନଙ୍କ ବିରୋଧରେ କହିଛି ଏବଂ ଆଗକୁ ମଧ୍ୟ କହିବି ବୋଲି କଙ୍ଗନା କହିଛନ୍ତି।
Follow Us