ଜେଡିୟୁ ନେତାଙ୍କୁ ଭେଟିଲେ ‌କହ୍ନେୟା କୁମାର, ‌ଏନଡିଏରେ ଅ‌ସନ୍ତୋଷ

ଜେଡିୟୁ ନେତାଙ୍କୁ ଭେଟିଲେ ‌କହ୍ନେୟା କୁମାର, ‌ଏନଡିଏରେ ଅ‌ସନ୍ତୋଷ

Dainik Bhaskar

ପାଟନା : ଜେଏନ୍‌ୟୁ ଛାତ୍ରସଂଘର ପୂର୍ବତନ ସଭାପତି ତଥା ସିପିଏମ୍‌ ନେତା କ‌ହ୍ନେୟା କୁମାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ଭେଟିଛନ୍ତି। ଜେଡିୟୁ ଏବେ ଏନଡିଏର ସହଯୋଗୀ ରହିଛି ଏବଂ କ‌ହ୍ନେୟାଙ୍କ ଦଳ ସିପିଏମ୍‌ ଏବେ ବିହାରରେ ମହାମେଣ୍ଟର ସହଯୋଗୀ ରହିଛି। ଏଭଳି ସମୟରେ ‌କହ୍ନୈୟା ଜେଡିୟୁ ନେତାଙ୍କୁ ଭେଟିବା ଦ୍ବାରା ରାଜନୈତିକ ମହଲରେ ଏହାକୁ ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଏନଡିଏ ନେତାଙ୍କ ମଧ୍ୟରେ ଏହାକୁ ନେଇ ଅ‌ସନ୍ତୋଷ ଦେଖାଦେଇଛି।

ତେବେ ସିପିଏମ୍‌ରେ କ‌ହ୍ନେୟାଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିବାରୁ ଏହା ତାଙ୍କୁ ଲଜ୍ଜିତ କରିଥିବା କୁହାଯାଉଛି। ପାଟନାରେ ଦଳର ରାଜ୍ୟ ମୁଖ୍ୟାଳୟଠାରେ ସେ ଦଳର ଜଣେ ପ୍ରମୁଖ ପଦାଧିକାରୀଙ୍କୁ ଖରାପ ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁ‌ଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ କେହ୍ନୈୟା ତାଙ୍କ ନିଜ ବେଗୁସରାଇ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ବିଜେପି ନେତା ଗିରିରାଜ ସିଂହଙ୍କ ଠାରୁ ସେ ବିପୁଳ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe