ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ଘଟଣା: ଅଞ୍ଜଳିଙ୍କୁ ଧକା ଦେଇଥିବା ସମସ୍ତ ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

Advertisment
ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ଘଟଣା: ଅଞ୍ଜଳିଙ୍କୁ ଧକା ଦେଇଥିବା ସମସ୍ତ ଚାରି ଅଭିଯୁକ୍ତଙ୍କ  ବିରୋଧରେ ଚାଲିବ ହତ୍ୟା ମାମଲା

aajtak

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ‌ବେଳେ ଦିଲ୍ଲୀରେ ଅଞ୍ଜଳିଙ୍କ ହିଟ ଆଣ୍ଡ ରନ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣା ଘଟିବା ପରେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସମସ୍ତ ୪ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ଏବେ ଅଭିଯୁକ୍ତ ଜେଲରେ ଥିବା ବେଳେ ଦିଲ୍ଲୀର ରୋହିନୀ କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଗୁରୁବାର ଦିନ ଚାରି ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଆଗକୁ ଶୁଣାଣି ଜାରି ରଖିବାକୁ କହିଛନ୍ତି କୋର୍ଟ। ଅଞ୍ଜଳିଙ୍କ ମୃତ୍ୟୁ ସମୟରେ ଏହି ଚାରିଜଣ ଅଭିଯୁକ୍ତ କାରରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧,୨୦୨୨ ତାରିଖ ରାତିରେ ସୁଲତାନପୁରୀରେ ରହୁଥିବା ଅଞ୍ଜଳି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ୪ଜଣ ଅଭିଯୁକ୍ତ ଥିବା କାର୍ ତାଙ୍କୁ ଧକା ଦେଇଥିଲା। ସ୍କୁଟି କାର୍ ସହ ଧକା ଖାଇବା ପରେ ଅଞ୍ଜଳି କାରରେ ଲାଗିଯାଇଥିଲେ। ଏବିଷୟରେ ଜାଣି ବି ଗିରଫ ହେବା ଡରରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ୧୩କିଲୋମିଟର ପର୍ଯ୍ୟନ୍ତ ଘୋ‌ଷାଡି ନେଇଥିଲେ। ଏହା ଫ‌ଳରେ ତାଙ୍କ ଶରୀରରୁ ପୋଷାକ ଛିଡ଼ି ଯାଇଥିବା ‌ସହ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ରାସ୍ତାରେ ଯାଉଥିବା ଜଣେ ଲୋକ କାର୍ ତଳେ ଅଞ୍ଜଳିଙ୍କ ମୃତଦେହ ଲାଖିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଭୋର ସମୟରେ ପୁଲିସ କଞ୍ଜାୱାଲାରେ ପହଞ୍ଚିବା ପରେ ଅଞ୍ଜଳିଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲା। ଏହି ସମୟରେ ସେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ। ଏବେ ଏହି ଘଟଣାକୁ ନେଇ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟାରୋପ ଲଗାଇବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe