ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ: ଏପରି ଭାବେ ପ୍ରଶଂସକଙ୍କୁ ହତ୍ୟା କରିଥିଲେ କନ୍ନଡ଼ ସୁପରଷ୍ଟାର

ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ: ଏପରି ଭାବେ ପ୍ରଶଂସକଙ୍କୁ ହତ୍ୟା କରିଥିଲେ କନ୍ନଡ଼ ସୁପରଷ୍ଟାର

ନୂଆଦିଲ୍ଲୀ: କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପାଙ୍କୁ ଗତ ସପ୍ତାହରେ ପୁଲିସ ଏକ ହତ୍ୟା ମାମଲାରେ ଗିରଫ କରିଛି। ଦର୍ଶନ ତାଙ୍କର ଜଣେ ପ୍ରଶଂସକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ପ୍ରଶଂସକଙ୍କ ନାମ ରେଣୁକା ସ୍ବାମୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ କନ୍ନଡ ଇଣ୍ଡଷ୍ଟ୍ରିର ଷ୍ଟାର୍ ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ଼ାଙ୍କୁ ରେଣୁକା ସ୍ବାମୀ ଆପତ୍ତିଜନକ ମେସେଜ ପଠାଇଥିଲେ। ଏହି ଘଟଣାକୁ ନେଇ ପବିତ୍ରା ପ୍ରେମିକ ଦର୍ଶନଙ୍କୁ ଜଣାଇଥିଲେ।

ଏହି ସାମାନ୍ୟ କଥାକୁ ନେଇ ଦର୍ଶନ ଓ ପବିତ୍ରା ରାଗି ଯାଇଥିଲେ। ଏହାପରେ ଦର୍ଶନ ନିଜର ଫ୍ଯାନ କ୍ଲବଙ୍କ ଜରିଆରେ ରେଣୁକାଙ୍କ ସଂପର୍କରେ ସବୁ ତଥ୍ୟ ସଂଗ୍ରହ କରି ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ସାହାଯ୍ୟ ନେଇଥିଲେ। ଏହାପରେ ଦର୍ଶନ ଓ ପବିତ୍ରା  ଅନ୍ୟ ସହଯୋଗୀଙ୍କ ସହ ମିଶି ରେଣୁକା ସ୍ବାମୀଙ୍କୁ ମାଡ଼ମାରି ହତ୍ୟା କରିବା ପରେ ଡ୍ରେନରେ ଡେଡବଡିକୁ ଫିଙ୍ଗି ଦେଇଥିଲେ।

ଏହି ଘଟଣାପ‌ରେ ରେଣୁକା ସ୍ବାମୀଙ୍କ ହତ୍ୟା ଘଟଣାରେ ସାମିଲ ଥିବା ଡ୍ରାଇଭର ପୁଲିସ ନିକଟରେ ଆତ୍ମସମର୍ପଣ କରି ସବୁ କଥା କହିବା ପରେ ପୁରା ଘଟଣାର ସାମ୍ନାକୁ ଆସିଥିଲା।

ପୁଲିସ ଏହି ଘଟଣାର ତଦନ୍ତ କରି ଦର୍ଶନ ଓ ତାଙ୍କ ପ୍ରେମିକାଙ୍କ ସମେତ ୧୭ଜଣଙ୍କୁ ଗିରଫ କରିଥିଲା। ଏଥିସହିତ ରେଣୁକା ସ୍ବାମୀଙ୍କ ମୃତଦେହକୁ ଡ୍ରେନରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା।  ଏହି ରିପୋର୍ଟ ସାମ୍ନାକୁ ଆସିଛି।

‌ରେଣୁକା ସ୍ବାମୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି କି, ତାଙ୍କୁ ହତ୍ୟା ପୂର୍ବରୁ ବିଦ୍ୟୁତ ଆଘ‌ାତ ସହିତ ଗରମ ଲୁହା ଚେଙ୍କ ବି ଦିଆଯାଇଥିଲା। ଏଥିସହିତ ତାଙ୍କ ଜିଭ ଓ ନାକ କାଟି ଦିଆଯାଇଥିଲା। ମୃତ୍ୟୁ ପୂର୍ବରୁ ରେଣୁକା ସ୍ବାମୀଙ୍କ ଶରୀରର ଅନେକ ହାଡ ଭାଙ୍ଗି ଯାଇଥିବା ସହିତ ଖପୁରି ହାଡ ବି ଭାଙ୍ଗି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe