କନୌଜଠାରେ ବଡ଼ ଧରଣର ଦୁର୍ଘଟଣା: ଚାଲିଗଲା ୮ ଜୀବନ

ଉତ୍ତରପ୍ରଦେଶର କନୌଜଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ୱେରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହେଇଥିବା ନେଇ ଖବର ଆସିଛି ।

ଅଦ୍ୟତନ ହୋଇଛି
ଦୁର୍ଘଟଣା

କନୌଜ: ଉତ୍ତରପ୍ରଦେଶର କନୌଜଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ୱେରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହେଇଥିବା ନେଇ ଖବର ଆସିଛି । ବସରେ ୪୦ ଜଣ ଯାତ୍ରୀ ଥିଲେ, ତେବେ ଦୁର୍ଘଟଣାରେ ୮ ଜଣ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି । ଆଜି ଦ୍ୱିପହର ସମୟରେ କନୌଜ ଜିଲ୍ଲା ସକରାବା ଥାନା ଅଞ୍ଚଳରେ ଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ହାଇଓ୍ୱେରେ ଏହି ଦୁର୍ଘଟଣା ଘଟିଛି।

ତେବେ ଏହି ସମୟରେ ୟୁପିର ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଯାଉଥିବାବେଳେ, ହଠାତ୍ ଅଟକି ଯାଇଥିଲେ । ଆଉ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି।

ଏକ ସ୍ଲିପର୍‌ ବସ୍‌ ଏକ ଟ୍ରକ୍‌ରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ସୁଦ୍ଧା ସଡ଼କ ଫାଙ୍କା ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe