କାନପୁରରେ ସେୟାର ବ୍ୟବସାୟୀଙ୍କ ଉନ୍ମତ୍ତ କାଣ୍ଡ: ୩୦ ରାଉଣ୍ଡ ଗୁଳି ଚଳାଇଲେ, ୩ ପୁଲିସ କର୍ମୀ ଆହତ

ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

କାନପୁର: କାନପୁର ଶ୍ୟାମ ନଗରରେ ଆଜି ଜଣେ ସେୟାର ବ୍ୟବସାୟୀ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ନିଜ ପୁଅ ସହ ବିବାଦ ପରେ ସେ ରାସ୍ତା ଉପରେ ଗୁଳି ଚଳାଇବା ଆରମ୍ଭ କରିଦେବାରୁ ସାଧାରଣରେ ଆତଙ୍କ ଖେଲିଯାଇଥିଲା। ବ୍ୟବସାୟୀ ଜଣକ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ପୁଲିସଙ୍କୁ ଲକ୍ଷ୍ୟ କରି ମଧ୍ୟ ସେ ଗୁଳି ଫୁଟାଇବାରୁ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି ଏବଂ ଏକ ପୁଲିସ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ଦୁଇ ଘଣ୍ଟାର କସରତ ପରେ ଆକ୍ରମଣକାରୀ ବ୍ୟବସାୟୀଙ୍କୁ ପୁଲିସ କାବୁ କରିଥିଲା। ଏଥିପାଇଁ ପୁଲିସ କର୍ମୀ ଏବଂ ଅଧିକାରୀମାନଙ୍କୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧିବାକୁ ପଡ଼ିଥିଲା। କାନପୁର ଶ୍ୟାମ ନଗର ବାସିନ୍ଦା ସେୟାର ବ୍ୟବସାୟୀ ରାଜକୁମାର ଦୁବେ ତାଙ୍କ ପୁଅ ସିଦ୍ଧାର୍ଥଙ୍କ ସହ କୌଣସି କାରଣରୁ ଝଗଡ଼ା କରବା ପରେ ଅଚାନକ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ୨ ଘଣ୍ଟା ଧରି ଏହି ଆତଙ୍କରାଜ ଚାଲିଥିଲା। ତେବେ ଏତେ ପରିମାଣରେ ଗୁଳି ଚଳାଇବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ ପୁଲିସ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe