ହିନ୍ଦୁ ବୋଲି କହି ହୋଟେଲ ଚଳାଉଥିଲେ ମୁସଲିମ୍ ଯୁବକ, ମିଳିଲା ଏହି ଦଣ୍ଡ

କାନପୁରରେ ମ୍ୟୁନିସିପାଲିଟି କର୍ପୋରେସନ ମାମା-ଭାନଜା ହୋଟେଲ ଉପରେ ବୁଲଡୋଜର ଚଳାଇ ଏହାକୁ ଭାଙ୍ଗି ଦେଇଛି। ସେପ୍ଟେମ୍ବର ୨୬ରେ ବଜରଙ୍ଗ ଦଳ ଦ୍ୱାରା କରାଯାଇଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

kanpur

କାନପୁର: ମିଛ କହିବା ପଡ଼ିଲା ମହଙ୍ଗା। ଭାଙ୍ଗିଲା ଆୟର ଏକମାତ୍ର ଉତ୍ସ। ଶୁକ୍ରବାର ଦିନ କାନପୁରର ମ୍ୟୁନିସିପାଲିଟି କର୍ପୋରେସନ୍ 'ମାମା-ଭାନଜା' ରେସ୍ତୋରାଁ ଉପରେ ବୁଲଡୋଜର ଚଢ଼ାଇ ଭାଙ୍ଗିଦିଆଯାଇଥିବା ଜଣାଯାଇଛି। ସେପ୍ଟେମ୍ବର ୨୬ରେ ବଜରଙ୍ଗ ଦଳ ଦ୍ୱାରା କରାଯାଇଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଅଭିଯୋଗ ହେଉଛି ଯେ ମୁସଲମାନ ଯୁବକ ମୁବିନ ଅହମ୍ମଦ ତାଙ୍କ ପରିଚୟ ଲୁଚାଇ ହିନ୍ଦୁ ନାମରେ ଏକ ରେସ୍ତୋରାଁ ଚଳାଉଥିଲେ। ନିରାମିଷ ଖାଦ୍ୟ ଦେଉଥିବା ନାମରେ ସେ ନିଜ ରେସ୍ତୋରାଁରେ ଆମିଷ ଖାଦ୍ୟ ପରିବେଷଣ କରୁଥି‌ଲେ। ଏନେଇ ବଜରଙ୍ଗ ଦଳ ଅଭିଯୋଗ କରିବା ପରେ ରେସ୍ତୋରାଁ ବନ୍ଦ ରହିଥିଲା। ଏବେ ରେସ୍ତୋରାଁକୁ ଭଙ୍ଗାଯାଇଥିବା ସାମ୍ନାକୁ ଆସିଛି।

ବଜରଙ୍ଗ ଦଳର ସହ-ଜିଲ୍ଲା ସଂଯୋଜକ ବିଶାଲ ବଜରଙ୍ଗୀ ଅଭିଯୋଗ କରିଥିଲେ ଯେ, ରେସ୍ତୋରାଁ ମାଲିକ ମୁବିନ ଅହମ୍ମଦ ଜଣେ ମୁସଲମାନ। କିନ୍ତୁ ନିଜର ପରିଚୟ ଲୁଚାଇବା ପାଇଁ ସେ ମଥାରେ ତିଲକ ଲଗାଉଥିଲେ। ହିନ୍ଦୁ ଭଳି ହୋଇ ରହୁଥିଲେ । ନିରାମିଷ ବୋଲି କହି ଆମିଷ ଖାଇବାକୁ ଦେଉଥିଲେ। ଏ ଖୁଲାସା ରେସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀ କରିଥିବା ଜଣାଯାଇଛି। ଏହି ଅଭିଯୋଗ ପରେ ରେସ୍ତୋରାଁ ତୁରନ୍ତ ବନ୍ଦ କରାଯାଇଥିଲା। ହେଲେ ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାରୁ ଶୁକ୍ରବାର ରେସ୍ତୋରାଁକୁ ଭଙ୍ଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe