ନୂଆଦିଲ୍ଲୀ: କାନପୁରରେ ଗତ ଛଅ ମାସ ଧରି ନିଖୋଜ ଝିଅକୁ ଖୋଜିଖୋଜି ଥକି ପଡ଼ିଛନ୍ତି ବୃଦ୍ଧ ବାପା ଓ ମା’ । ଶେଷରେ ବୃଦ୍ଧ ଦମ୍ପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଝିଅକୁ ଖୋଜି ଆଣିବା ପାଇଁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି।
ଦମ୍ପତି କାନ୍ଦିକାନ୍ଦି ତାଙ୍କ ଝିଅକୁ ଜୀବିତ ହେଉ କି ମୃତ ଖୋଜି ବାହାର କରିବାକୁ ନିବେଦନ କରି କହିଛନ୍ତି, ‘ଝିଅ ଛଅ ମାସ ପୂର୍ବରୁ ମନ୍ଦିର ଯିବା ପାଇଁ ଘରୁ ବାହାରି ଯାଇଥିଲା । ଏହା ପରଠାରୁ ସେ ଆଉ ଘରକୁ ଫେରି ନାହିଁ।
ଅଧିକପଢ଼ନ୍ତୁ:ଭୁବନେଶ୍ବରର ‘କଂଗ୍ରେସ ନଡ଼ିଆ ଆଇସକ୍ରିମ୍’କୁ ନେଇ ଭାରି ଚର୍ଚ୍ଚା: ଜାଣନ୍ତୁ କେଉଁଠି ମିଳୁଛି ଏ ଆଇସକ୍ରିମ୍...?
କାନପୁରର ବିଲହୌର ଅଞ୍ଚଳର ଉତ୍ତରିପୁରା ଅଞ୍ଚଳର ବାସିନ୍ଦା ରାକେଶ ଦୁବେଙ୍କ ୨୬ ବର୍ଷୀୟା ଝିଅ ଆକାଂକ୍ଷା ଛଅ ମାସ ପୂର୍ବେ ଖେରେଶ୍ୱର ମନ୍ଦିରର ସରେୟା ଘାଟକୁ ଦୀପ ଦାନ କରିବାକୁ ଯାଇଥିଲେ। ଏହା ପରେ ସେ ଆଉ ଘରକୁ ଫେରି ନଥିଲେ। ସିସିଟିଭିରେ ସେ ଏକ ଇ-ରିକ୍ସାରେ ଯାଉଥିବାର ଦେଖିବାକୁ ମିଳିଥିଲା ଏହାପର ଠାରୁ ତାଙ୍କର ଅଉେ କୌଣସି ସନ୍ଧାନ ମିଳିନାହିଁ।
ବୃଦ୍ଧ ପିତାମାତା ଏବେ ନିଜ ଝିଅର ଫଟୋ ବେକରେ ଝୁଲାଇ ଘର ଘର ବୁଲି ଆକାଂକ୍ଷାଙ୍କୁ ଖୋଜୁଛନ୍ତି। ପରିବାର ଲୋକ ଆକାଂକ୍ଷାଙ୍କ ଅପହରଣ ହୋଇଥିବା ସନ୍ଦେହ କରି ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ପୁଲିସ ଏକ ମାମଲା ମଧ୍ୟ ରୁଜୁ କରିଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ କାନପୁର ପୁଲିସ ଝିଅ ଆକାଂକ୍ଷାଙ୍କ କୌଣସି ପ୍ରକାର ସୂଚନା ପାଇ ପାରି ନାହିଁ।
ଏହି କାରଣରୁ ବୃଦ୍ଧ ଦମ୍ପତି ପୁଲିସ କାର୍ଯ୍ୟାନୁଷ୍ଠାନରେ ବିରକ୍ତ ସମସ୍ତ ଆଶା ଛାଡ଼ି ଦେଇଛନ୍ତି। ବୃଦ୍ଧ ଦମ୍ପତିଙ୍କ ଶେଷ ଇଚ୍ଛା ହେଉଛି ଝିଅକୁ ଜୀବିତ ହେଉ ଅବା ମୃତ ତାଙ୍କ ପାଖକୁ ଫେରାଇ ଆଣନ୍ତୁ।
ଅଧିକପଢ଼ନ୍ତୁ:କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ଏହି ମାମଲାରେ କାନପୁର ପୁଲିସ କମିଶନର ଅଖିଳ କୁମାର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ କହିଛନ୍ତି,‘ ଝିଅକୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏବଂ ପୁଲିସକୁ କଡ଼ା ଦାୟିତ୍ୱ ଦିଆଯାଇଛି ଏବଂ ଖୁବ୍ ଶୀଘ୍ର ନିଖୋଜ ଝିଅକୁ ଖୋଜାଯିବ।’