କାନପୁର ଏନ୍‌କାଉଣ୍ଟର୍: ତିନି ପୁଲିସ ନିଲମ୍ବିତ, ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଉପରେ ପୁରସ୍କାର ରାଶି ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି

Advertisment
କାନପୁର ଏନ୍‌କାଉଣ୍ଟର୍: ତିନି ପୁଲିସ ନିଲମ୍ବିତ, ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଉପରେ ପୁରସ୍କାର ରାଶି ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି

Image Courtesy of Zee News

କାନପୁର: କାନପୁରରେ ଆଠଜଣ ପୁଲିସଙ୍କ ମୃତ୍ୟୁ ଘଟଣା ସହ ସମ୍ପୃକ୍ତ ଦୁଇଜଣ ସବ୍‌-ଇନ୍‌ସ୍ପେକ୍ଟର୍ ଓ ଜଣେ କନେଷ୍ଟବଳଙ୍କ ସମେତ ଅନ୍ୟୂନ ୩ ଜଣ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟବରେ ଅବହେଳାଜନିତ କାରଣରୁ ଆଜି ନିଲମ୍ବନ କରାଯାଇଛି।

କାନପୁର ଏସ୍‌ଏସ୍‌ପି ଦିନେଶ କୁମାର ପି କହିଛନ୍ତି, ଚୌବେପୁର ଥାନାରେ ନିଯୁକ୍ତ ସବ୍‌-ଇନ୍ସପେକ୍ଟର୍ କୁଆଁରପାଲ ଏବଂ କୃଷ୍ଣକୁମାର ଶର୍ମା ଏବଂ କନେଷ୍ଟବଳ ରାଜୀବଙ୍କ ସମେତ ତିନି ପୁଲିସ କର୍ମଚାରୀଙ୍କ ବିରୋଧରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି। ଏହି ପୁଲିସ କର୍ମଚାରୀଙ୍କ ନାଁରେ ଏଫ୍‌ଆଇଆର୍ ଫାଇଲ୍ କରାଯିବ। ଯଦି ଏହି ମାମଲାରେ ସେମାନେ ସଂଶ୍ଳୀଷ୍ଟ ଥିବା କଥା ତଦନ୍ତରୁ ଜଣା ପଡ଼େ, ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

publive-image Image Courtesy of News18

ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଅପରାଧିକ କାର୍ଯ୍ୟରେ ତାଙ୍କ ପତ୍ନୀ ରିଚା ଦୁବେ ମଧ୍ୟ ସହାୟତା କରୁଥିବା କଥା ପୁଲିସ ସନ୍ଦେହ କରୁଛି। ଏହା ବ୍ୟତିରେକେ, ଆଜି ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦେଶକ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ନାମରେ ଥିବା ପୁରସ୍କାର ଅର୍ଥରାଶିକୁ ୧ ଲକ୍ଷରୁ ୨. ୫ ଲକ୍ଷକୁ ବୃଦ୍ଧି କରିଛି।

କାନପୁର ଏନ୍‌କାଉଣ୍ଟର୍ ଘଟିବାର ୮୦ ଘଣ୍ଟା ବିତି ଯାଇଥିଲେ ବି ଉତ୍ତର ପ୍ରଦେଶ ପୁଲିସ ଓ ଏଟିଏସ୍ ଦୁବେଙ୍କର ପତ୍ତା ପାଇ ନ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe