କେଶ ପ୍ରତିରୋପଣ ହେଲା କାଳ, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

KLQJKLJ

ଗୋରଖପୁର: କେଶ ପ୍ରତିରୋପଣ କରିବା ପଡ଼ିଲା ଭାରୀ। ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ। ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ବାମୀଙ୍କ ମୃତ୍ୟୁ ପରେ ଏବେ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ପ୍ରତିରୋପଣ କରିଥିବା ଡାକ୍ତରଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀ ବିନୀତ ଦୁବେ କାନପୁରର ପନକି ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ତାଙ୍କ ସ୍ତ୍ରୀ ଜୟା ଦୁବେ ଅଭିଯେଗା କରିଛନ୍ତି ଯେ, ହୋଲି ଛୁଟି ଯୋଗୁଁ, ମୁଁ ମୋର ଦୁଇ ପିଲାଙ୍କ ସହିତ ଗୋଣ୍ଡାରେ ଥିବା ମୋ ମା’ଙ୍କ ଘରକୁ ଯାଇଥିଲି। ଏହି ସମୟରେ, ମାର୍ଚ୍ଚ ୧୨ ତାରିଖରେ, ମୋ ସ୍ୱାମୀ କଲ୍ୟାଣପୁରର ଡାକ୍ତର ଅନୁଷ୍କା ତିୱାରୀଙ୍କଠାରୁ ନିଜର କେଶ ପ୍ରତିରୋପଣ କରିଥିଲେ। ଡାକ୍ତର ନିଜେ ମୋ ସ୍ୱାମୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। କେଶ ପ୍ରତିରୋପଣ ସମୟରେ, ମୋ ସ୍ୱାମୀଙ୍କ ମୁହଁ ଫୁଲିଗଲା ଏବଂ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା, ଯାହା ପରେ ଡାକ୍ତର ତାଙ୍କୁ ଅନ୍ୟ ସ୍ଥାନରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ଏହା ଉପରେ ମୋ ଶ୍ୱଶୁର ଘର ଲୋକେ ତାଙ୍କୁ ସର୍ବୋଦୟ ନଗରର ଏକ ବଡ଼ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। କିନ୍ତୁ ଗୁରୁତର ସଂକ୍ରମଣ ଯୋଗୁଁ, ସେ ମାର୍ଚ୍ଚ ୧୫ତାରିଖରେ ମୃତ୍ୟୁବରଣ କରିଥିଲେ। କେଶ ପ୍ରତିରୋପଣ ଠିକ୍ ଭାବରେ ନ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଜୟା ଆହୁରି ଅଭିଯୋଗ କରିଛନ୍ତି ଯେ, ମୁଁ ଯେତେବେଳେ ଏନେଇ କେଶ ପ୍ରତିରୋପଣ କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କଲି, ସେ ନିଜର ଦୋଷ ସ୍ବୀକାର କରିଥିଲେ। କେଶ ପ୍ରତିରୋପଣ ଠିକ୍‌‌ରେ ହୋଇନଥିବାରୁ ଏଭଳି ଘଟିଥିବା ସେ କହିଥିଲେ। ନିଜେ ମୁଁ ଅନେକ ଯାଞ୍ଚ କରିବା ପରେ ଶେଷରେ ଏହାର ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe