ଠାକୁର ଘରେ ଲାଗିଥିବା ଦୀପରୁ ବ୍ୟାପିଗଲା ନିଆଁ; ଜଳିଗଲେ ଦମ୍ପତି

Advertisment

ଦୀପାବଳି ଦିନ ଠାକୁର ଘରେ ଲାଗିଥିବା ଦୀପରୁ ଘଟିଲା ଭୟାବହ ଅଗ୍ନିକାଣ୍ଡ । ପ୍ରତିଷ୍ଠିତ ବିସ୍କୁଟ ବ୍ୟବସାୟୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଘରୋଇ ସହାୟକଙ୍କ ହେଲା ମୃତ୍ୟୁ।

ଦୀପାବଳି ଦିନ ଠାକୁର ଘରେ ଲାଗିଥିବା ଦୀପରୁ ଘଟିଲା ଭୟାବହ ଅଗ୍ନିକାଣ୍ଡ । ପ୍ରତିଷ୍ଠିତ ବିସ୍କୁଟ ବ୍ୟବସାୟୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଘରୋଇ ସହାୟକଙ୍କ ହେଲା ମୃତ୍ୟୁ।

ବପ


ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ଦେଶବାସୀ ଧୁମଧାମରେ ପାଳନ କରୁଥିବା ବେଳେ ଉତ୍ତରପ୍ରଦେଶର କାନପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଦୀପାବଳି ଦିନ ଠାକୁର ଘରେ ଲାଗିଥିବା ଦୀପରୁ ନିଆଁ ବ୍ୟାପି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଘରେ ‌ଶୋଇଥିବା ଦମ୍ପତି ଓ ସେମାନଙ୍କ ଘରୋଇ ସହାୟିକା ଜଳି ଯାଇଛନ୍ତି। ତିନିଜଣ ମୃତକଙ୍କ ନାମ ସଞ୍ଜୟ ଶ୍ୟାମ ଦସାନୀ, ସଞ୍ଜୟ ଶ୍ୟାମ ଦସାନୀଙ୍କ ପତ୍ନୀ କନିକା ଦସାନୀ ଓ ସେମାନଙ୍କ ଘରୋଇ ସହାୟିକା ଛବି  ଥିବା ଜଣାପଡ଼ିଛି।। 

ସୂଚନାଯୋଗ୍ୟ, ସଞ୍ଜୟ ଶ୍ୟାମ ଦସାନୀ(୪୮), ପତ୍ନୀ କନିକା ଦସାନୀ ଓ ଘରୋଇ ସହାୟିକା ଛବିଙ୍କ ସହିତ ପାଣ୍ଡୁନଗରସ୍ଥିତ କୋଠାରେ ବସବାସ କରନ୍ତି। ଦୀବାପଳି ଦିନ ଅର୍ଥାତ ଅକ୍ଟୋବର ୩୧ ତା୍ରିଖରେ ତିନିଜଣ ଧୁମଧାମରେ ଦୀପାବଳି ପର୍ବ ପାଳନ କରିଥିଲେ। ଏହାପରେ ଠାକୁର ଘରେ ଦୀପ ଜଳାଇ ଶୋଇପଡ଼ିଥିଲେ। ଏହି ଦୀପ ନିଆଁ ଘରସାରା ବ୍ୟାପି ଯାଇଥିଲା। ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।

ବିଳମ୍ବିତ ରାତି ଅର୍ଥାତ ରାତି ୧୨ଟାରେ ଏହି ଘଟଣା ଘଟିଥିବାରୁ ସଞ୍ଜୟ ଶ୍ୟାମ ଦସାନୀ ଓ ତାଙ୍କ ପତ୍ନୀ ଗାଢ଼ନିଦରେ ଶୋଇପଡ଼ିଥିଲେ। ତେଣୁ ସେମାନେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ କୌଣସି ସୂଚନା ପାଇ ପାରି ନଥିଲେ। ଫଳରେ ନିଆଁ ଧୁଆଁରେ ଅଣନିଶ୍ବାସୀ ହୋଇ ଘରୁ ବ‌ାହାରି ପାରିଲେ ନାହିଁ। ଫଳରେ ଦସାନୀ ଦମ୍ପତି ଓ ତାଙ୍କ ଘରୋଇ ସହାୟକ ଉକ୍ତ ନିଆଁରେ ଜଳି ଯାଇଥିଲେ।

ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ଘଟଣା‌ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ନେଇଥିଲେ। ପୁଲିସ ଘଟଣାସ୍ଥଳରୁ ୩ଜଣଙ୍କ ଅର୍ଥାତ ସଞ୍ଜୟ ଶ୍ୟାମ ଦସାନୀ, ସଞ୍ଜୟ ଶ୍ୟାମ ଦସାନୀଙ୍କ ପତ୍ନୀ କନିକା ଦସାନୀ ଓ ସେମାନଙ୍କ ଘରୋଇ ସହାୟିକା ଛବିଙ୍କ ମୃତଦେହ ଉଦ୍ଧାର କରି ବ୍ୟବ‌ଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ମୃତ ଦମ୍ପତିଙ୍କ ପୁଅଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଛି ପୁଲିସ। ମୃତ ଶ୍ୟାମ ଦସାନୀ ଜଣେ ପ୍ରତିଷ୍ଠିତ ବିସ୍କୁଟ ବ୍ୟବସାୟୀ ଥିବା ଜଣାଯାଇଛି।

ଅଧିକପଢ଼ନ୍ତୁ:୭୦ହଜାର ଟଙ୍କା ପାଇଁ ଦୀପାବଳି ଦିନ ମୋ ପୁଅକୁ ମାରିଦେଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe