Image Courtesy of Hindustan Times
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହମିରପୁରରେ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେଙ୍କର ଜଣେ ଘନିଷ୍ଠ ସହଯୋଗୀ ନିହତ ହୋଇଥିବା କଥା ପୁଲିସ କହିଛି। କାନପୁରରେ ୮ ଜଣ ପୁଲିସ ନିହତ ହେବା ଘଟଣାରେ ସଂଶ୍ଳୀଷ୍ଟ ଦୁବେ ଗତ ଗୁରୁବାର ଠାରୁ ଫେରାର ହୋଇଯାଇଛନ୍ତି।
ଉତ୍ତର ପ୍ରଦେଶର ଅତିରିକ୍ତ ପୁଲିସ ମହାନିର୍ଦେଶକ (ଆଇନ-ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, କାନପୁର ଘଟଣାର ଅନ୍ ଜଣେ ଅଭିଯୁକ୍ତ ଅମର ଦୁବେଙ୍କୁ ବୁଧବାର ସକାଳେ ହତ୍ୟା କରାଯାଇଛି।
ସେ ଆହୁରି କହିଛନ୍ତି ଯେ, ହମିରପୁରର ସ୍ଥାନୀୟ ପୁଲିସ ୟୁନିଟ୍ ସହଯୋଗରେ ୟୁପି ସ୍ପେସାଲ୍ ଟାସ୍କ୍ ଫୋର୍ସ ତାଙ୍କୁ ଗୁଳି ମାରି ହତ୍ୟା କରିଛି। ତାଙ୍କ ଉପରେ ସରକାର ୨୫୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।
Image Courtesy of Hindustan Timesଏହି ଏନ୍କାଉଣ୍ଟର୍ ଘଟଣାରେ ଜଣେ ପୁଲିସ ଇନ୍ସ୍ପେକ୍ଟର୍ ଏବଂ ଏସ୍ଟିଏଫ୍ର ଜଣେ କନେଷ୍ଟବଳ ଆହତ ହୋଇଛନ୍ତି।
ଅମର ଦୁବେଙ୍କ ପାଖରୁ ଗୋଟିଏ ସ୍ବୟଂଚାଳିତ ଅସ୍ତ୍ର ଏବଂ ଗୋଟିଏ ବ୍ୟାଗ୍ ଉଦ୍ଧାର କରାଯାଇଥିବା କଥା ହମିରପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଶ୍ଳୋକ କୁମାର କହିଛନ୍ତି। ଏନ୍କାଉଣ୍ଟର୍ସ୍ଥଳକୁ ଫୋରେନ୍ସିକ୍ ଟିମ୍ ଯାଉଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେଙ୍କୁ ୪୦ଟି ପୁଲିସ ଟିମ୍ ଓ ଏସ୍ଟିଏଫ୍ ଖୋଜୁଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ, ବିଞ୍ଜୋର୍ ଠାରେ ଗୋଟିଏ କାର୍ରେ ବିକାଶ ଦୁବେ ତାଙ୍କ ଲୋକମାନଙ୍କ ସହ ଥିବାର ଦେଖାଯାଇଥିଲା।
Follow Us