ବାପାଙ୍କ ମୃତଶରୀର ନେଇ ଫେରୁଥିବା ବେଳେ ଉଡ଼ିଗଲା ପୁଅର ପ୍ରାଣବାୟୁ

ଉଭୟ ବାପା ଏବଂ ପୁଅଙ୍କ ଏକତ୍ର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।। ଏକାଠି ବାପା ଏବଂ ପୁଅଙ୍କ ଶବଯାତ୍ରାର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା।

ୀରାୀ

ନୂଆଦିଲ୍ଲୀ: କାନପୁରର ଚମନଗଞ୍ଜର ଏକ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ବାପାଙ୍କ ମୃତଦେହ ନେଇ ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ପୁଅର ହୃଦଘାତରେ ମୃତ୍ୟୁ ହେବା ଘଟଣାରେ  ପରିବାରଲୋକ ସ୍ତବ୍ଧ ହୋଇଯାଇଛନ୍ତି।  । 

ସୂଚନାଯୋଗ୍ୟ, ଗତଶୁକ୍ରବାର ବିଳମ୍ବିତ ରାତିରେ ଚମନଗଞ୍ଜର ବାସିନ୍ଦା ୭୦ ବର୍ଷୀୟ ଲାଇକ୍ ଅହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ କାର୍ଡିଓଲୋଜି ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ଦୁଃଖର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହାପରେ ପରିବାର ଲୋକ ଅହମ୍ମଦଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଘରକୁ ଫେରୁଥିଲେ । ସାମ୍ନାରେ ବାପାଙ୍କ ମୃତଦେହ ଥିବା ଆମ୍ବୁଲାନ୍ସ ଯାଉଥିବା ବେଳେ ପଛରେ ତାଙ୍କର ପୁଅ ଆତିକ ଜଣେ ସମ୍ପର୍କୀୟଙ୍କ ସହିତ ବାଇକ୍ ଯୋଗେ ଘରକୁ ଫେରୁଥିଲେ।

ଏହି ସମୟରେ ଗୋଲ ଚୌରାହା ନିକଟରେ ଆତିକ ହଠାତ ଅଚେତ ହୋଇପଡ଼ିଥିଲେ। ରାସ୍ତାରେ ଥିବା ପୁଲିସ ସଙ୍ଗେସଙ୍ଗେ ଆତିକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ଦୁଃଖର ବିଷୟ ଆତିକଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

ଉଭୟ ବାପା ଏବଂ ପୁଅଙ୍କ ଏକତ୍ର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।। ଏକାଠି ବାପା ଏବଂ ପୁଅଙ୍କ ଶବଯାତ୍ରାର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe