ଜବତ ୧୫୦ କୋଟି ଟଙ୍କା ନେବା ପାଇଁ ଆୟକର ବିଭାଗ ଆଣିଲା କଣ୍ଟେନର

Advertisment
ଜବତ ୧୫୦ କୋଟି ଟଙ୍କା ନେବା ପାଇଁ ଆୟକର ବିଭାଗ ଆଣିଲା କଣ୍ଟେନର

India Today

କାନପୁର: କାନପୁରର ଜଣେ ଅତର ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଓ ଜିଏସଟି ଇଣ୍ଟେଲିଜେନ୍ସର ଡାଇରେକ୍ଟର ଜେନେରାଲ୍ ମିଳିତ ଭାବେ ଚଢଉ କରି ନଗଦ ୧୫୦ କୋଟି ଟଙ୍କା ଜବତ କରିଛନ୍ତି । ଏତେ ପରିମାଣର ନଗଦ ଟଙ୍କାକୁ ବ୍ୟବସାୟୀଙ୍କ ଘରୁ ଆଣିବା ପାଇଁ ଆୟକର ବିଭାଗକୁ କଣ୍ଟେନରର ଆବଶ୍ୟକତା ପଡିଥିଲା । ଗୁରୁବାର ଆରମ୍ଭ ହୋଇଥିବା ଚଢାଉ ୨୪ ଘଣ୍ଟା ଧରି ଚାଲିଥିଲା ଏବଂ ଟଙ୍କା ଗଣିବା ପାଇଁ ଟଙ୍କା ଗଣିବା ଯନ୍ତ୍ରର ବ୍ୟବହାର କରାଯାଇଥିଲା ।

ଟଙ୍କାକୁ ବ୍ୟବସାୟୀଙ୍କ ଘରୁ ସୁରକ୍ଷିତ ଭାବେ ବ୍ୟାଙ୍କ ଲକରକୁ ଆଣିବା ପାଇଁ ଦୁଇଟି ପୁଲିସ୍ କାର୍ ଓ ରାପିଡ୍ ଏକ୍ସନ୍ ଫୋର୍ସକୁ ମୁତୟନ କରାଯାଇଥିଲା ।

publive-image

ଅହମ୍ମଦାବାଦର ଜିଏସଟି ୟୁନିଟ୍(ଦ୍ରବ୍ୟ ଏବଂ ସେବା କର)ଇଣ୍ଟେଲିଜେନ୍ସ, କାନପୁରର ଏକ କାରଖାନା ତ୍ରିମୁର୍ତି ସୁବାସ ପ୍ରାଇଭେଟ ଲିମିଟେଡ୍ (ଶିଖର ବ୍ରାଣ୍ଡ୍ ପାନ ମସାଲା ଏବଂ ତମାଖୁ ଉତ୍ପାଦକର ନିର୍ମାତା) ଏବଂ ଗଣପତି ରୋଡ୍ କ୍ୟାରିଅରର କାରଖାନା ପରିସରରେ ଏହି ସର୍ଚ୍ଚ ଅପରେସନ୍ କରିଥିଲା।

ରିପୋର୍ଟ ଅନୁସାରେ ସଂପୃକ୍ତ ବ୍ୟବସାୟୀ ଜାଲ ପରିବହନକାରୀ (ଅସ୍ତିତ୍ଵରେ ନଥିବା) ଫାର୍ମ ନାମରେ ଅନେକ ଗୁଡିଏ ଚାଲାଣ ତିଆରି କରୁଥିଲେ । ଯାହାଦ୍ଵାରା ଇ-ଓ୍ଵେ ବିଲରୁ ଅର୍ଥ ହେରାଫେରି କରା ଯାଉଥିଲା। ଜିଏସଟି ନ ଦେଇ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ୨୦୦ରୁ ଅଧିକ ନକଲି ଚାଲାଣ ମଧ୍ୟ ପରିବହନକାରୀ ଗଣପତି ରୋଡ୍ କ୍ୟାରିଅର ପରିସରରୁ ଉଦ୍ଧାର କରାଯାଇଥିଲା। ପରିବହନକାରୀଙ୍କ କବଳରୁ ୧.୦୧ କୋଟି ଟଙ୍କା ନଗଦ ଜବତ କରାଯାଇଛି।

କାନପୁରର ବ୍ୟବସାୟୀ ପୀୟୁଷ ଜୈନ (ଉତ୍ତରପ୍ରଦେଶର କନୈାଜରେ ଥିବା ଓଡୋଚେମ୍ ଇଣ୍ଡଷ୍ଟ୍ରିଜର ଅଂଶୀଦାର)ଙ୍କ ଆବାସିକ ଘର ମଧ୍ୟ ଛାନବିନ୍ କରାଯାଇଥିଲା, ଯିଏ କମ୍ପାନୀକୁ ନଗଦ ଅର୍ଥରେ ସୁଗନ୍ଧିତ ପଦାର୍ଥ ଯୋଗାଉଥିଲେ ।
ଆବାସିକ ପରିସର ଯାଞ୍ଚ ସମୟରେ କାଗଜରେ ଗୁଡା ହୋଇ ରହିଥିବା ବିପୁଳ ପରିମାଣର ଏହି  ଅର୍ଥକୁ ଜବତ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe