ବନ୍ଧା ପଡ଼ିଥିବା ୧୬ଜଣ ଭାରତୀୟ କ୍ରୁସଦସ୍ୟ ଭିଡିଓ ଜାରି କରି କହିଲେ,‘ ଆମକୁ ଖାଇବାକୁ କି ପିଇବାକୁ ମିଳୁନାହିଁ, କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ’

Advertisment
ବନ୍ଧା ପଡ଼ିଥିବା ୧୬ଜଣ ଭାରତୀୟ କ୍ରୁସଦସ୍ୟ ଭିଡିଓ ଜାରି କରି କହିଲେ,‘ ଆମକୁ ଖାଇବାକୁ କି ପିଇବାକୁ ମିଳୁନାହିଁ, କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ’

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଗିନିରେ ଭାରତୀୟ ମର୍ଚେଣ୍ଟ ନେଭିର ୧୬ଜଣ କ୍ରୁ ସଦସ୍ୟଙ୍କୁ ଗତ ୩ମାସ ଧରି ବାନ୍ଧି ରଖାଯାଇଛି। ସେମାନଙ୍କ ଉପରେ କଞ୍ଚା ତେଲ ଚୋରି କରିବାର ଅଭିଯୋଗ ଲାଗିଛି। ଏଥିରେ କାନପୁରରେ ରହୁଥିବା ରୋସନ ଅରୋଡା ବି ସାମିଲ ରହିଛନ୍ତି। କ୍ୟାପଟେନ ଅନୁଜ ମେହଟ୍ଟା ଓ ରୋସନ ଅରୋଡା ଏକ ଭିଡିଓ ଜାରି କରି ଭାରତ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି। ରୋସନ ମର୍ଚେଣ୍ଟ ନେଭିରେ ଆସିଷ୍ଟେଣ୍ଟ ଅଧିକାରୀ ଭାବେ କାମ କରନ୍ତି। ଭିଡିଓ ଜାରି କରି ସେ କହିଛନ୍ତି ସେମାନଙ୍କ ସହିତ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ।

ବନ୍ଧକ ରହିଥିବା ସଦସ୍ୟଙ୍କ ପରିବାର ଏହି ଖବର ପାଇବା ପରେ ଚିନ୍ତାରେ ପଡ଼ି ଯାଇଛନ୍ତି। କେମିତି ତାଙ୍କ ପୁଅ, ସ୍ବାମୀ ସୁରକ୍ଷିତ ଭାବେ ଘରକୁ ଫେରି ଆସନ୍ତୁ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

କ୍ୟାପଟେନ ଅନୁଜ ମେହଟ୍ଟା ଓ ରୋସନ ଅରୋଡା ମଙ୍ଗଳବାର ଦୁଇଟି ଭିଡିଓ ଜାରି କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସାହାଯ୍ୟ ମାଗିବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ଭାରତ ନିଆଯାଉ ବୋଲି ଗୁହାରି କରିଛନ୍ତି।

ଭାରତ ସରକାର ହିଁ ଆମର ସାହାଯ୍ୟ କରି ପାରିବେ ବୋଲି କହିଛନ୍ତି। ଭିଡିଓରୁ ଜଣାପଡ଼ୁଛି କି ତାଙ୍କ ପାଖରେ ଖାଇବାକୁ ନାହିଁ କି ପିଇବାକୁ ପାଣି ନାହିଁ। କ୍ରୁ ସଦସ୍ୟ ଏକ ଘର ଭିତରେ ଚଟଣାରେ ଶୋଇ ରହିଛନ୍ତି। ଏମିତି ଜଣାପଡ଼ୁଛି କି ଖାଇବା ପିଇବା ନମିଳିବାରୁ ସେମାନେ ପ୍ରାୟ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି।

ବନ୍ଧକ ରହିଥିବା ୨୬ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୬ଜଣ ହିନ୍ଦୁସ୍ତାନୀ, ୬ଜଣ ଶ୍ରୀଲଙ୍କା, ଫିଲିପିନ୍ସ, ପୋଲାଣ୍ଡର ଜଣେଜଣେ ଓ ଦୁଇଜଣ ଦିଗର ଅଫିସର ସାମିଲ ରହିଛନ୍ତି। ମର୍ଚେଣ୍ଟ ନେଭି ସିପର ସଦସ୍ୟଙ୍କ ଉପରେ କଞ୍ଚା ତେଲ ଚୋରିର ଅଭିଯୋଗ ରହିଛି। ତେବେ କମ୍ପାନି ଏ ସମସ୍ତଙ୍କୁ ଛଡାଇବା ପାଇଁ ଖବୁ ପ୍ରୟାସ କରିଛି, ଜୋରିମନା ବି ଦେଇଛି। କିନ୍ତୁ ନାଇଜେରିଆନ ନେଭି ଛାଡ଼ିଲା ନାହିଁ। ଅଧିକାରୀମାନେ ଜାହାଜ ଯାଞ୍ଚ କରିଥିଲେ, କିନ୍ତୁ କୌଣସି ଠାରେ ଏକବୁନ୍ଦା ତେଲ ପାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe