କାନପୁର ହିଂସା: ମାଷ୍ଟରମାଇଣ୍ଡ୍‌ ଗିରଫ

୧୫୦୦ ଲୋକଙ୍କ ବିରୋଧରେ ଏଫ୍‌ଆଇଆର, ଉପଦ୍ରବକାରୀଙ୍କ ସମ୍ପତ୍ତିରେ ବୁଲ୍‌ଡୋଜର ଚାଲିବ

କାନପୁର ହିଂସା: ମାଷ୍ଟରମାଇଣ୍ଡ୍‌ ଗିରଫ

OpIndia

କାନପୁର: ଉତ୍ତରପ୍ରଦେଶର କାନପୁରରେ ଗତକାଲି ହୋଇଥିବା ହିଂସା ଘଟଣାରେ ଏଯାବତ ୩୬ ଜଣ ଗିରଫ ହୋଇଛନ୍ତି। ପୁଲିସ ଉକ୍ତ ଘଟଣାରେ ୧୫୦୦ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅଧିକ ଲୋକଙ୍କୁ ଏହି ମାମଲାରେ ଚିହ୍ନଟ କରାଯାଇଛି ବୋଲି ପୁଲିସ କମିସନର ବିଜୟ ସିଂହ ମୀନା କହିଛନ୍ତି। ସ୍ଥାନୀୟ ମୁସଲିମ ନେତା ହାୟତ ଜାଫର ହାଶ୍‌ମି ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କାନପୁର ପୁଲିସ କହିଛି। ସେ ପୂର୍ବରୁ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧୀ ହିଂସାରେ ସାମିଲ ଥିବା ପୁଲିସ କହିଛି। ଜାଫରଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ ସେମାନଙ୍କ ସମ୍ପତ୍ତି ଜବତ ହେବ ବୋଲି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ଉପଦ୍ରବକାରୀଙ୍କ ସମ୍ପତ୍ତିରେ ବୁଲ୍‌ଡୋଜର ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ଏବଂ କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉତ୍ତରପ୍ରଦେଶ ଏମ୍‌ଏଲ୍‌ସି ତଥା ବିଜେପି ନେତା ମୋହସିନ ରାଜା କହିଛନ୍ତି, କାନପୁର ହିଂସା ଘଟଣା ଏକ ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲାରେ ଥିବାବେଳେ ଏହି ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe