Times of India
କାନପୁର : ଉତ୍ତରପ୍ରଦେଶ କାନପୁରର ଜଣେ ଯୁବକ ନିଜର ଅପହରଣ ନାଟକ ରଚି ବାପାଙ୍କୁ ୩୦ ଲକ୍ଷ ଟଙ୍କା ମାଗି ଗିରଫ ହୋଇଛନ୍ତି। ଟଙ୍କା ନ ଦେଲେ ତୁମ ପୁଅକୁ ୩୦୦ ଖଣ୍ଡ କରିଦିଆଯିବ ବୋଲି ଯୁବକ ଜଣକ ତାଙ୍କ ବାପାଙ୍କୁ ହ୍ବାଟ୍ସଆପ୍ରେ ମେସେଜ କରିଥିଲେ। ନଭେମ୍ବର ୧୪ରେ ଏପରି ମେସେଜ ପାଇ କାନପୁର ବାରା ଅନ୍ତର୍ଗତ ଦାମୋଦର ନଗର ବାସିନ୍ଦା ଚନ୍ଦ୍ରକାନ୍ତ ତିୱାରି ପୁଲିସର ଦ୍ବାରସ୍ଥ ହୋଇଥିଲେ। ସେ ପୁଲିସକୁ କହିଥିଲେ ଯେ ତାଙ୍କ ପୁଅ ଜଳସେଚନ ବିଭାଗରେ କାମ କରେ। ନଭେମ୍ବର ୧୩ରେ ସେ କାମକୁ ଯାଇ ଆଉ ଘରକୁ ଫେରିନି। ତା’ପରେ ଏମିତି ହ୍ବାଟ୍ସଆପ୍ ମେସେଜ ଆସିଛି। ପୁଲିସ ତଦନ୍ତ କରି ଏହା ଅପହରଣ ନୁହେଁ ଏକ ନାଟକ ବୋଲି ଜାଣିବା ସହ ସମ୍ପୃକ୍ତ ଯୁବକକୁ ଗିରଫ କରିଛି।
Follow Us