କରୋନାରେ କନ୍ୟାକୁମାରୀ ଏମ୍‌ପିଙ୍କ ପରଲୋକ

Advertisment
କରୋନାରେ କନ୍ୟାକୁମାରୀ ଏମ୍‌ପିଙ୍କ ପରଲୋକ

The Hindu

ଚେନ୍ନାଇ : ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଆସନର କଂଗ୍ରେସ ସାଂସଦ ଏଚ୍‌. ବସନ୍ତକୁମାରଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି। କଂଗ୍ରେସ ଦଳ ପକ୍ଷରୁ ଏ ନେଇ ଟ୍ବିଟରରେ ସୂଚନା ଦିଆଯାଇଛି। ଦଳ ଜଣେ ସଚ୍ଚା କଂଗ୍ରେସ ମଣିଷ, ଲୋକଙ୍କ ନେତା ଓ ପ୍ରିୟ ଏମପିଙ୍କୁ ହରାଇଲା ବୋଲି କହିଛି। ୭୦ ବର୍ଷ ବୟସ୍କ ବସନ୍ତକୁମାର କରୋନାରେ ସଂକ୍ରମଣ ହେବା ପରେ ଗତ ୧୦ ତାରିଖରେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମସ୍ତ ପ୍ରକାର ଚିକିତ୍ସା ସତ୍ତ୍ବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରିପ୍ରେକ୍ଷୀରେ ବସନ୍ତକୁମାରଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ପ୍ରଥମ ଥର ପାଇଁ ଏମପି ହୋଇଥିବା ବସନ୍ତକୁମାର ପୂର୍ବରୁ ଦୁଇଥର ବିଧାୟକ ହୋଇଥିଲେ। ବସନ୍ତକୁମାର ତାମିଲନାଡ଼ୁର ଜଣେ ପ୍ରମୁଖ ବ୍ୟବସାୟୀ ଥିଲେ। ସେ ରାଜ୍ୟରେ ସବୁଠୁ ବଡ଼ ରିଟେଲ ହୋମ୍ ଆପ୍ଲାଏନ୍‌ସେସ୍‌ ଚେନ୍ ଖୋଲିବା ସହିତ ତାମିଲ ସାଟେଲାଇଟ୍ ଟିଭି ବସନ୍ତ ଟିଭିର ପ୍ରତିଷ୍ଠାତା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe