ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ କ୍ରିକେଟ୍‌ ତାରକା କପିଲ୍‌ ଦେବ

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ କ୍ରିକେଟ୍‌ ତାରକା କପିଲ୍‌ ଦେବ

Image Courtesy of Hindustan Times

ନୂଆଦିଲ୍ଲୀ: କିଂବଦନ୍ତି କ୍ରିକେଟ୍‌ ତାରକା ତଥା ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍‌ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଆଜି ତାଙ୍କୁ ଡାକ୍ତରଖାନାରୁ ବିଦାୟ ଦିଆଯାଇଛି। ଟୁଇଟ୍‌ କରି ଏ କଥା ସୁନିଶ୍ଚିତ କରିଛନ୍ତି ଦେବଙ୍କର ପୂର୍ବତନ ଟିମ୍‌ମେଟ୍‌ ଚେତନ ଶର୍ମା।

ସେ ‌ଟୁଇଟ୍‌ କରିଛନ୍ତି, ସୁସମ୍ବାଦ। କପିଲ୍ ପା’ଜି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଖାନାରୁ ବିଦା ହୋଇଛନ୍ତି। ଜୟ ମାତା ଦି। ୬୧ ବର୍ଷିୟ କପିଲ୍‌ଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିବା ଡାକ୍ତର ଅତୁଲ ମାଥୁର ଓ କପିଲ୍‌ଙ୍କର ଏକ ଫଟୋ ମଧ୍ୟ ସେ ଏହି ଟୁଇଟ୍‌ରେ ସେୟାର୍‌ କରିଛନ୍ତି।

ଛାତିରେ ଯନ୍ତ୍ରଣା ହେବା କାରଣରୁ ଗତ ଗୁରୁବାର ଦିନ କପିଲ୍‌ଙ୍କୁ ‘ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌’ର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଜାରି ହୋଇଥିବା ବିବୃତି ଅନୁସାରେ, କପିଲ୍ ଏବେ ଭଲ ଅଛନ୍ତି ଏବଂ ଅବିଳମ୍ବେ ନିଜର ଦୈନନ୍ଦିନ କାମ ଆରମ୍ଭ କରିପାରି‌ବେ।

publive-image Image Courtesy of Zee News

ଡାକ୍ତରଖାନା ବିବରଣୀରେ ଉଲ୍ଲେଖ ଅଛି ଯେ, ଆଜି ଅପରାହ୍ଣରେ  କପିଲ୍‌ ଦେବ ମୁକ୍ତ ହେଲେ । ସେ ଭଲ ଅଛନ୍ତି ଏବଂ ଖୁବ୍ ଶୀଘ୍ର  ତାଙ୍କର ଦୈନନ୍ଦିନ କାମ ଆରମ୍ଭ କରିବେ। ଏବେ ସେ ଡାକ୍ତର ଅତୁଲ ମାଥୁରଙ୍କ ନିୟମିତ ପରାମର୍ଶ ଓ ତତ୍ତ୍ବାବଧାନରେ ରହିବେ।

ଏଠାରେ ଉଲ୍ଲେଖଯୋଗ୍ୟ କି, ଭାରତର ଅନ୍ୟତମ ମହାନ୍‌ କ୍ରିକେଟ୍‌ ତାରକା କପିଲ୍ ୧୩୧ଟି ଟେଷ୍ଟ୍‌ ମ୍ୟାଚ୍ ଓ ୧୧୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଟେଷ୍ଟ୍‌ ମ୍ୟାଚ୍‌ରେ ୪୩୪ ଉଇକେଟ୍‌ ଓ ୫୦୦୦ ରୁ ଅଧିକ ରନ୍‌ ସଂଗ୍ରହ କରିବ‌ାରେ ସେ ହେଉଛନ୍ତି କ୍ରିକେଟ୍‌ ଇତିହାସରେ ଏକମାତ୍ର ବ୍ୟକ୍ତିତ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe