୩୦ଦିନ ସମୟ ଦିଆଯାଇଥିଲା‌; ହେଲେ ମାତ୍ର ୨୪ଘଣ୍ଟାରେ କହ୍ନୈୟାଙ୍କ ପରିବାରକୁ ମିଳିଲା ୧.୩୭କୋଟି

Advertisment
୩୦ଦିନ ସମୟ ଦିଆଯାଇଥିଲା‌; ହେଲେ ମାତ୍ର ୨୪ଘଣ୍ଟାରେ କହ୍ନୈୟାଙ୍କ ପରିବାରକୁ ମିଳିଲା ୧.୩୭କୋଟି

ଉଦୟପୁର: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ‌ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହ୍ନୈୟାଙ୍କ ଘରେ ପହଞ୍ଚିଥିଲେ ଘରେ ପହଞ୍ଚି ସେ ଶୋକସନ୍ତପ୍ତ ପରିବାରକୁ ୫୧ଲକ୍ଷ ଟଙ୍କାର ଚେକ୍ ଦେଇଥିବା ବେଳେ କହ୍ନୈୟାଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

अकेला नहीं है कन्हैया का परिवार, BJP नेता की अपील पर  24 घंटे में 1.37 करोड़ रुपए चंदा livehindustan

ଅନ୍ୟ ପକ୍ଷରେ କ୍ରାଉଡ ଫଣ୍ଡିଂ(ଜନତାଙ୍କଠାରୁ ଅର୍ଥ ସଂଗ୍ରହ) ଜରିଆରେ କହ୍ନୈୟାଙ୍କ ପରିବାରକୁ ୧.୩୭କୋଟି ମିଳିଥିବା ଜଣାପଡ଼ିଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତା କପିଲ ମିଶ୍ରା କ୍ରାଉଡ ଫଣ୍ଡିଂରୁ କହ୍ନୈୟାଙ୍କ ପରିବାର ପାଇଁ ୧.୩୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି। କ୍ରାଉଡ ଫଣ୍ଡିଂରୁ ୩୦ଦିନ ମଧ୍ୟରେ ୧କୋଟି ଟଙ୍କା ସଂଗ୍ରହ ପାଇଁ ଟାର୍ଗେଟ ଦିଆଯାଇଥିବା ବେଳେ ମାତ୍ର ୨୪ଘଣ୍ଟା ମଧ୍ୟରେ ହିଁ ୧.୩୭ କୋଟି ଟଙ୍କା ସଂଗ୍ରହ ହୋଇଛି। କପିଲ ମିଶ୍ରାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୨ହଜାରରୁ ଅଧିକ ଲୋକ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିଥିଲେ। କେବଳ ଫିଲ୍ମ ନିର୍ମାତା ମନୀଷ ମୁନ୍ଦ୍ରା ହିଁ ୧୧ଲକ୍ଷ ଟଙ୍କା ଦେଇଛନ୍ତି। କପିଲ ମିଶ୍ରାଙ୍କ ଅନୁଯାୟୀ ଦେଶ ତଥା ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ସାହାଯ୍ୟ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe