ନୂଆଦିଲ୍ଲୀ: ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତି ‘କ୍ୟାପ୍ସ କାଫେ’ରେ ଗୁଳିକାଣ୍ଡ ହୋଇଛି। ଅଜ୍ଞାତ ବନ୍ଧୁକଧାରୀମାନେ କ୍ୟାଫେ୍ ଉପରେ ଅଚାନକ ଗୁଳିବର୍ଷା କରି ଫେରାର୍ ହୋଇଯାଇଛନ୍ତି। ଏହି ଗୁଳିକାଣ୍ଡ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସିଂହ ଲାଡ୍ଡିର ସଂଗଠନ ନିଜକୁ ଦାୟୀ କରିଛି।
ଖଲିସ୍ତାନୀ ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ଶୁକ୍ରବାର ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କ କାଫେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଇନଷ୍ଟା ଷ୍ଟୋରିରେ ଦୁଇଟି ପୋଷ୍ଟ ସେୟାର କରିଛି।
ପୋଷ୍ଟରେ ଲେଖାଯାଇଛି, "ଆମେ ସ୍ୱାଦିଷ୍ଟ କାଫେ ଏବଂ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଖୁସି ଆଣିବାର ଆଶାରେ କ୍ୟାପ୍ସ କାଫେ ଖୋଲିଥିଲୁ। ସେହି ସ୍ୱପ୍ନ ସହିତ ହିଂସାର ସଂଘର୍ଷ ହୃଦୟ ବିଦାରକ। ଆମକୁ ଏହି ଆଘାତ କଷ୍ଟ ଦେଇଛି, କିନ୍ତୁ ହାର ମାନିବୁ ନାହିଁ। ଆସନ୍ତୁ ହିଂସା ବିରୋଧରେ ଦୃଢ଼ ଭାବରେ ଠିଆ ହେବା ଏବଂ ନିଶ୍ଚିତ କରିବା ଯେ କ୍ୟାପ୍ସ କାଫେ ସମ୍ପ୍ରଦାୟର ଏକ ସ୍ଥାନ ହୋଇ ରହିବ। କ୍ୟାପ୍ସ କାଫେ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ ଏବଂ ଶୀଘ୍ର ଦେଖା ହେବ।
କ୍ୟାପ୍ସ କାଫେରେ ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁଳିକାଣ୍ଡ ସମୟରେ କାଫେର କିଛି କର୍ମଚାରୀ ରେସ୍ତୋରାଁ ଭିତରେ ଉପସ୍ଥିତ ଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କାହରିକୁ କିଛି କ୍ଷତି ପହଞ୍ଚି ନାହିଁ। ଚଳିତ ସପ୍ତାହ ଆରମ୍ଭରେ ଏହି କାଫେ ଖୋଲିବା ପରେ ଗୁଳିଚାଳନା ଭଳି ଘଟଣା ଚିନ୍ତାର ବିଷୟ ପାଲଟିଛି। କାଫେର ଝରକାରେ ପ୍ରାୟ ୧୦ଟି ଗୁଳି ଚିହ୍ନ ଥିବା ଦେଖିବାକୁ ମିଳିଛି। ଘଟଣାର ତଦନ୍ତ ଚାଲିଛି।
Follow Us