ସଂସଦ ଅଚଳାବସ୍ଥା ଦୂର ପାଇଁ କପିଳ ଶିବଲଙ୍କ ତ୍ରିସୂତ୍ରୀ ପରାମର୍ଶ

Advertisment
ସଂସଦ ଅଚଳାବସ୍ଥା ଦୂର ପାଇଁ କପିଳ ଶିବଲଙ୍କ ତ୍ରିସୂତ୍ରୀ ପରାମର୍ଶ

photo-oneindia

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଦରଦାମ୍ ଓ ଜିଏସ୍‌ଟି ବୃଦ୍ଧି ସମ୍ପର୍କରେ ଆଲୋଚନା କରିବାକୁ ଦାବି କରି ବିରୋଧୀ ଦଳଗୁଡ଼ିକ ଏମିତି ହଙ୍ଗାମା କରୁଛନ୍ତି ଯେ ବାଚସ୍ପତି ସଂସଦକୁ ମୁଲତବି ରଖିବାକୁ ବାଧ୍ୟ ହେଉଛନ୍ତି।

ସଂସଦର ଉଭୟ ସଦନରେ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଏମିତି ଅଚଳାବସ୍ଥା ଦୂର କରିବା ପାଇଁ ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ ଶିବଲ ଗୁରୁବାର ସଂସଦୀୟ କାର୍ଯ୍ୟଧାରାରେ କିଛି ପରିବର୍ତ୍ତନ ନିମନ୍ତେ ପରାମର୍ଶ ଦେଇଛନ୍ତି। ତାଙ୍କର ଗୋଟିଏ ପ୍ରସ୍ତାବ ହେଉଛି ସରକାର ସପ୍ତାହରେ ଗୋଟିଏ ଦିନ ସଂରକ୍ଷିତ ରଖନ୍ତୁ ଯେଉଁଦିନ କେବଳ ବିରୋଧୀ ଦଳଗୁଡ଼ିକ ଯାହା ଚାହିଁବେ ଆଲୋଚନା ହେବ। ଏହିଦିନ ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗ ଉପରେ ଆଲୋଚନାକୁ ବନ୍ଦ କରିବାର ଅଧିକାର ସରକାରଙ୍କର ରହିବା ଉଚିତ ନୁହେଁ। ତାଙ୍କର ତୃତୀୟ ପ୍ରସ୍ତାବ ଅନୁସାରେ ଗୃହରେ ବିନା ଆଲୋଚନାରେ କୌଣସି ବି ଆଇନ ପାସ୍ ହେବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe