Image Courtesy of Fierce Pharma
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ୨ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହେବାପରେ ଏବେ ପୁଣି କରୋନାର ଆଉ ଏକ ପ୍ରଜାତି ‘କପ୍ପା’ ଚିହ୍ନଟ ହୋଇଛି। ରାଜ୍ୟରେ ୨ଟି କପ୍ପା ପ୍ରଜାତି ଚିହ୍ନଟ ହୋଇଛି। ଉତ୍ତରପ୍ରଦେଶର ସନ୍ଥ କବୀର ନଗରରେ ଜଣେ ୬୬ ବର୍ଷୀୟ ବ୍ୟକ୍ତି କପ୍ପା ପ୍ରଜାତିରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଜୁନ୍ ୧୩ରେ ଉକ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଏହାର ଜିନୋମ୍ ସିକ୍ବେନ୍ସ ପାଇଁ ସିଏସ୍ଆଇଆର ଇନଷ୍ଟିଚ୍ୟୁଟ୍ ପଠାଯାଇଥିଲା। ଜଣାଯାଇଥିଲା ଯେ ସେ କପ୍ପା ପ୍ରଜାତିରେ ଆକ୍ରାନ୍ତ। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଥମେ ମେ’ ୨୭ରୁ କରୋନା ସଂକ୍ରମିତ ହୋଇଥିଲେ। ପ୍ରଥମେ ସେ ଏକ ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ନଆସିବାରୁ ଜୁନ୍ ୧୨ରେ ତାଙ୍କୁ ବିଆର୍ଡି ମେଡିକାଲ୍ କଲେଜ୍ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜୁନ୍ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉତ୍ତରପ୍ରେଦେଶରେ ୨ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି।
Follow Us