ଇସଲାମାବାଦ୍: ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରୁ ୩୦ କୋଟି ପାକିସ୍ତାନୀ ଟଙ୍କା ମୂଲ୍ୟର ସୁନା, ରୁପା ଅଳଙ୍କାର ଲୁଟେରା ଲୁଟିନେଇଛନ୍ତି। କରାଚୀ ଇତିହାସର ଏହା ସବୁଠୁ ବଡ଼ ଲୁଟ୍ ବୋଲି କୁହାଯାଉଛି। ଲୁଟେରାମାନେ ଅତି ଚାଲାକର ସହ ଦୋକାନ ପଛପଟ କାନ୍ଥ କଣା କରି ଭିତରେ ପଶି ସବୁ ଲୁଟିନେଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି।

Advertisment

ଲୁଟେରାଙ୍କ ପାଖରେ ଥିଲା ବଜାରର ନକ୍ସା

ପୁଲିସର କହିବା ମୁତାବକ, ଲୁଟେରାଙ୍କ ପାଖରେ ବଜାରର ନକ୍ସା ଥିଲା। ନକ୍ସାକୁ ଆଧାର କରି କରାଚୀର ମାଲିର ଅଞ୍ଚଳରେ ଇକବାଲ ଜୋଏଲାରୀ ନାମକ ଏକ ଦୋକାନକୁ ଟାର୍ଗେଟ୍ କରିଥିଲେ। ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଲୁଟେରାମାନେ ଅପରାଧ ଘଟାଇଥିଲେ। ଲୁଟେରାମାନେ ଦୋକାନ କାନ୍ଥ କଣା କରି ଭିତରେ ପ୍ରବେଶ କରି ସବୁ ଅଳଙ୍କାର ଲୁଟିନେଇଥିଲେ। ଦୋକାନ ମାଲିକ ଆୟୁବ ଖାନଙ୍କ କହିବା ଅନୁଯାୟୀ, ସବୁ ସପ୍ତାହ ପରି ଗତ ଶୁକ୍ରବାର ଓ ଶନିବାର ବି ଦୋକାନ ବନ୍ଦ ଥିଲା। ଦୋକାନ କର୍ମଚାରୀ ରବିବାର ଦୋକାନ ଖୋଲିଲା ବେଳକୁ ସବୁ ଅଳଙ୍କାର ବକ୍ସ ଖାଲିଥିବା ଦେଖିବାକୁ ପାଇଥିଲେ। ତେବେ ଦୋକାନ ମାଲିକ ପୁଲିସରେ ଅଭିଯୋଗ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି।

ଆହୁରି ପଢନ୍ତୁ - Trump clarifies on Epstein file: ମୋର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ, ମୁଁ ନିର୍ଦ୍ଦୋଷ: ଏପଷ୍ଟାଇନ ଫାଇଲ୍ ନେଇ ସ୍ପଷ୍ଟୀକରଣ ଦେଲେ ଟ୍ରମ୍ପ