Image Courtesy of India Today
ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଆଜି ସକାଳେ ବାଲୋଚିସ୍ତାନର ଲାସ୍ବେଲାରେ ଖାଇ ମଧ୍ୟରେ ଖସିପଡ଼ି ଜଳିଯିବାରୁ ପ୍ରାୟ ୩୯ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
ପ୍ରାୟ ୪୮ଜଣ ଯାତ୍ରୀଙ୍କୁ ନେଇ ଗାଡ଼ିଟି କ୍ବେଟ୍ଟାରୁ କରାଚୀ ଅଭିମୁଖେ ଯାଉଥିଲା ବୋଲି ଲାସ୍ବେଲା ସହକାରୀ କମିସନର୍ ହାମ୍ଜା ଅଞ୍ଜୁମ୍ କହିଥିବା କଥା ‘ଦି ଡନ୍’ ରିପୋର୍ଟ କରିଛି।
ଲାସ୍ବେଲା ନିକଟରେ ରାସ୍ତାର ମୋଡ଼ ବୁଲୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ବସ୍ଟି ଗୋଟାଏ ପୋଲ ଖୁଣ୍ଟରେ ଧକ୍କା ଖାଇଥିଲା। ପରେ ପରେ ବସ୍ଟି ପାହଡ଼ ଖାଇରେ ପ୍ରବାହିତ ନଦୀକୁ ଖସିପଡ଼ି ନିଆଁ ଲାଗିଯାଇଥିଲା ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2023/01/coach-crash1.jpg) Image Courtesy of Catch News
 Image Courtesy of Catch News‘ଜିଓ ନିଉଜ୍’କୁ ହାମ୍ଜା ଅଞ୍ଜୁମ୍ କହିଛନ୍ତି ଯେ, ମୃତୁ ବ୍ୟକ୍ତିମାନଙ୍କ ପରିଚୟ ଚିହ୍ନଟ ଲାଗି ‘ଡିଏନ୍ଏ’ ପରୀକ୍ଷା କରାଯିବ। ଚିକିତ୍ସା ନିମନ୍ତେ ଆହତ ଯାତ୍ରୀମାନଙ୍କୁ ଲାସ୍ବେଲାସ୍ଥିତ ସିଭିଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତରଣ କରାଯାଇଛି।
ଜଣେ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଦୁର୍ଘଟଣାସ୍ଥଳରୁ ଏ ପର୍ଯ୍ୟନ୍ତ ୧୭ଜଣଙ୍କ ଶବ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଥିବା କଥା ‘ଏଦ୍ହି ଅଫ୍ ଏଦ୍ହି ଫାଉଣ୍ଡେସନ୍’ ‘ଦି ଡନ୍’ ସମ୍ବାଦପତ୍ରକୁ କହିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଲିସ କହିଛି ଯେ, ଦ୍ରୁତ ଗତି ଯୋଗୁଁ ବସ୍ଟି ଚାଳକଙ୍କ ନିୟନ୍ତ୍ରଣରୁ ହଟି ଯାଇ ଖାଇ ମଧ୍ୟସ୍ଥ ନଦୀକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ଏବଂ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/01/coach-crash.jpg)