ପାକିସ୍ତାନର କରାଚି ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ: ୪ମୃତ, ଏକାଧିକ ଆହତ

Advertisment
ପାକିସ୍ତାନର କରାଚି ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ: ୪ମୃତ, ଏକାଧିକ ଆହତ

indianexpress

ନୂଆଦିଲ୍ଲୀ: ମଙ୍ଗଳବାର ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଏକାଧିକ ଲୋକ ଆହତ ହୋଇଥିବା ସହ ୪ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏହି ବିସ୍ଫୋରଣର କାରଣ ଜଣାପଡିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ କାରରେ ଘଟିଛି। ଯେଉଁଥିରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଜିଓ ଟିଭି ଅନୁଯାୟୀ, କରାଚି ବିଶ୍ୱବିଦ୍ୟାଳୟର କନଫୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଥିବା ଏକ କାରରେ ବିସ୍ଫୋରଣ ଘଟିଛି।

ପାକିସ୍ତାନର ଗଣମାଧ୍ୟମ କହିଛି ଯେ ବିସ୍ଫୋରଣ ପରେ ଉଦ୍ଧାର ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପୁଲିସ ସୂତ୍ର ଅନୁଯାୟୀ, ବିସ୍ଫୋରଣ ହୋଇଥିବା କାରରେ ସାତରୁ ଆଠ ଜଣ ଲୋକ ଥିଲେ। ତେବେ ମୃତାହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ବିସ୍ଫୋରଣ ପଛରେ କେଉଁ ଆତଙ୍କବାଦୀ ସଂଗଠନର ହାତ ରହିଛି ନା ଯାନ୍ତ୍ରିକ ତ୍ରୁଟି ପାଇଁ କାରରେ ବିସ୍ଫୋରଣ ହୋଇଛି, ସେ ନେଇ ଯାଞ୍ଚ କରାଯାଉଛି।

ଦେଖିବାକୁ ଗଲେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ଏଭଳି ବିସ୍ଫୋରଣ ଘଟିଛି। ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଛି। ୨୦୨୦ରେ ପାକିସ୍ତାନର ପେଶୱାରଠାରେ ବିସ୍ଫୋରଣ ଘଟି ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe