ଗୋହତ୍ୟା ନିରୋଧ ଅଧ୍ୟାଦେଶକୁ କର୍ଣ୍ଣାଟକ କ୍ୟାବିନେଟର ମଂଜୁରୀ

Advertisment

'ଗାଈକୁ ହତ୍ୟା କରିହେବ ନାହିଁ, କିନ୍ତୁ ଗୋ ମାଂସ ସେବନରେ ପ୍ରତିବନ୍ଧକ ନାହିଁ'

'ଗାଈକୁ ହତ୍ୟା କରିହେବ ନାହିଁ, କିନ୍ତୁ ଗୋ ମାଂସ ସେବନରେ ପ୍ରତିବନ୍ଧକ ନାହିଁ'

ଗୋହତ୍ୟା ନିରୋଧ ଅଧ୍ୟାଦେଶକୁ କର୍ଣ୍ଣାଟକ କ୍ୟାବିନେଟର ମଂଜୁରୀ

The Indian Express

ବାଙ୍ଗାଲୋର: ସୋମବାର କର୍ଣ୍ଣାଟକର କ୍ୟାବିନେଟ ଗୋ ହତ୍ୟାକୁ ନିଷେଧ କରିବା ପାଇଁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି | ଏହି ଅଧ୍ୟାଦେଶକୁ ନିୟମ ଭାବରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି | ରାଜ୍ୟପାଳଙ୍କ ଦସ୍ତଖତ ପରେ କର୍ଣ୍ଣାଟକରେ ଗୋ ହତ୍ୟା ଏକ ଦଣ୍ଡନୀୟ ଅପରାଧ ହେବ। ଏହା ସହ ଜଡିତ ବିଲ୍ ବିଧାନସଭାରେ ପାରିତ ହୋଇଛି କିନ୍ତୁ ବିଧାନ ପରିଷଦରେ ବିଚାରାଧୀନ ଅଛି। ତେଣୁ ବିଳମ୍ବ ନକରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି।

ରାଜ୍ୟ ଆଇନ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଜେସି ମଧୁସ୍ୱାମୀଙ୍କ କହିବା ଅନୁଯାୟୀ କର୍ଣ୍ଣାଟକରେ ଗୋ ହତ୍ୟାକୁ ବାରଣ କରୁଥିବା ଆଇନ ନୂଆ ନୁହେଁ। ଦୀର୍ଘ ଦଶନ୍ଧି ଧରି ଆମର ଏହା ବଳବତ୍ତର ରହିଛି | ଏହା ଅଧୀନରେ ୧୩ ବର୍ଷ ଧରି ଗାଈମାନଙ୍କୁ ହତ୍ୟା କରିବା ନିଷେଧ ଥିଲା। ଆଉ ବର୍ତ୍ତମାନର ସରକାର ଏହି ସମୟକୁ ବୃଦ୍ଧି କରୁଛନ୍ତି ଏବଂ ସବୁ ବୟସର ଗାଈ ମାନଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରୁଛନ୍ତି।

ତେବେ ନୂଆ ନିୟମରେ ଗୋ ମାଂସ ଖାଇବା ଉପରେ ମଧ୍ୟ ବାରଣ କରାଯାଇ ନାହିଁ। କ୍ୟାବିନେଟ ଦ୍ୱାରା ପାରିତ ହୋଇଥିବା ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ମଙ୍ଗଳବାର ଦିନ ଏହା ଅନୁମୋଦନ ହେବ ଏବଂ ଏହା ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ପଶୁ ହତ୍ୟା ଏବଂ ସୁରକ୍ଷା ବିଲରେ ଗୋ ହତ୍ୟା ପାଇଁ ସାତ ବର୍ଷ ଜେଲ ଓ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe