ଦେଢ଼ ଲକ୍ଷ ଟଙ୍କା ଦେଇ ଆଶ୍ରମରେ ପୂଜା କରିବା ପରେ ନିଖୋଜ୍ ହେଲେ ବାପ-ପୁଅ

ଦେଢ଼ ଲକ୍ଷ ଟଙ୍କା ଦେଇ ଆଶ୍ରମରେ ପୂଜା କରିବା ପରେ ନିଖୋଜ୍ ହେଲେ ବାପ-ପୁଅ

କାନପୁର: ବିବାଦରେ କାନପୁରର କରୌଲି ବାବା ସନ୍ତୋଷ ସିଂହ ଭଦୋରିଆ। ଜଣେ ଡାକ୍ତରଙ୍କୁ ମାଡ ମାରିବାର ଆରୋପ ଲାଗିବା ପରେ ଏବେ ଆଉ ଏକ ପରିବାର ଗମ୍ଭୀର ଆରୋପ ଲଗାଇଛନ୍ତି। କରୌଲି ବାବାଙ୍କ ଆଶ୍ରମରେ ପୂଜା କରିବା ପରଦିନ ବାପ-ପୁଅ ନିଖୋଜ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି।

ଝାଡଖଣ୍ଡରୁ ସାନପୁଅର ଚିକିତ୍ସା କରିବା ପାଇଁ ପରିବାର କରୌଲି ଆଶ୍ରମକୁ ଆସିଥିଲେ। ମାତ୍ର ପୂଜା କରିବା ପରଦିନ ପରିବାରର ମୁଖ୍ୟ ଏବଂ ଅସୁସ୍ଥ ପୁଅ ଆଶ୍ରମରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ଅନୁଯାୟୀ, ଝାଡଖଣ୍ଡର ଦେଓଘରରୁ ଏକ ପରିବାର ଜାନୁଆରି ୨୪ରେ କରୌଲି ଆଶ୍ରମକୁ ମାନସିକ ଅବସ୍ଥା ଭଲ ନଥିବା ପୁଅର ଚିକିତ୍ସା କରିବାକୁ ଆସିଥିଲେ। ପରିବାର କରୌଲିରେ ପହଞ୍ଚିବା ପରେ ସେମାନଙ୍କୁ ପୂଜା କରିବାକୁ କୁହାଯାଇଥିଲା। ଆଶ୍ରମ ପକ୍ଷରୁ ୧.୫ ଲକ୍ଷ ଟଙ୍କା ମୂଲ୍ୟର ପୂଜା କରିବାକୁ କୁହାଯିବାରୁ ଜାନୁଆରି ୨୫ରେ ପରିବାର ପୂଜା କରିଥିଲା। ପୂଜା ସରିବା ପରେ ଜାନୁଆରି ୨୬ରେ ତାଙ୍କ ପୁଅ ନିଖୋଜ ହୋଇଯାଇଥିଲା। ପୁଅକୁ ଖୋଜୁଥିବା ବେଳେ ଜାନୁଆରି ୨୭ରେ ତାଙ୍କ ବାପା ମଧ୍ୟ ନିଖୋଜ ହୋଇଯାଇଥିଲେ।

ଦୁହିଁଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଥିବା ବେଳେ ୧୦ଦିନ ପରେ ୧୫୦କିଲୋମିଟର ଦୂର ଗାଁରୁ ପୁଅକୁ ଖୋଜିପାଇଥିଲେ ପରିବାର। ‌ହେଲେ ତାଙ୍କ ବାପାଙ୍କ ପତ୍ତା ମିଳିନଥିଲା। ଏନେଇ ପୁଲିସରେ ଅଭିଯୋଗ କରାଯାଇଥିଲେ ବି ପୁଲିସ ସକ୍ରିୟ ହୋଇ ତଦନ୍ତ କରିନଥିଲା। ଦୁଇ ମାସ ହେଲାଣି ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳିନଥିବା ବେଳେ ଏବେ ପୁଲିସ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଚର୍ଚ୍ଚା ବଢ଼ିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିବା ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe