ଫ୍ୟାନ୍ସଙ୍କୁ ଏଭଳି ନିବେଦନ କଲେ କରୀନା କପୁର୍‌

ଫୋଷ୍ଟରେ ଫ୍ୟାନ୍ସକୁ ଧୈର୍ଯ୍ୟ ରଖିବାକୁ କରୀନା ନିବେଦନ କରିଛନ୍ତି । ସୈଫ ଅଲ୍ଲୀ ଖାନଙ୍କ ସ୍ବାସ୍ଥ୍ୟ ବିଷୟରେ ବି ସୂଚନା ଦେଇଛନ୍ତି । କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଦେଇଛନ୍ତି ।

 Bollywood Bubble

ମୁମ୍ବାଇ: ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିନେତାଙ୍କୁ ତୁରନ୍ତ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ଶୁଣିବା ପରେ, କେବଳ ଗୋଟିଏ ପ୍ରଶ୍ନ ଉଠୁଥିଲା ଯେ ଆକ୍ରମଣ ସମୟରେ ପତ୍ନୀ କରୀନା କପୁର କେଉଁଠି ଥିଲେ ଏବଂ ସେ କ'ଣ କରୁଥିଲେ। ପରେ ସୂଚନା ମିଳିଲା ଯେ, ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା କପୁର ଘରେ ହିଁ ଥିଲେ।

ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କାପୁର ଖାନ ସୋସିଆଲ ମିଡିଆରେ ଏକ କୋହଭରା ପୋଷ୍ଟ କରିଛନ୍ତି। ଫୋଷ୍ଟରେ ଫ୍ୟାନ୍ସକୁ ଧୈର୍ଯ୍ୟ ରଖିବାକୁ କରୀନା ନିବେଦନ କରିଛନ୍ତି । ସୈଫ ଅଲ୍ଲୀ ଖାନଙ୍କ ସ୍ବାସ୍ଥ୍ୟ ବିଷୟରେ ବି ସୂଚନା ଦେଇଛନ୍ତି । କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଦେଇଛନ୍ତି । କରିନା କପୁର ଖାନ ପୋଷ୍ଟରେ ଲେଖିଛନ୍ତି, ‘‘ଆମ ପରିବାର ପାଇଁ ଆଜିର ଦିନ ଚ୍ୟାଲେଞ୍ଜିଂ ଥିଲା । ହଠାତ୍ ଏମିତି ସବୁ କେମିତି ହେଲା, ସେଥିରେ ଆମେ ବି ଆଶ୍ଚର୍ୟ୍ୟ । ଆମ ପାଇଁ ଏହା ଘଡ଼ିସନ୍ଧି ମୂହୂର୍ତ୍ତ । ତେବେ ମୁଁ ଅନୁରୋଧ କରୁଛି ଘଟଣା ନେଇ ଗୁଜବ ନ ହେଉ । ଯେଉଁଭଳି ଭାବେ ଫ୍ୟାନ୍ସ  ଅପଡେଟ୍ ଜାଣିବାକୁ ଉଦ୍ୟମ କରୁଛନ୍ତି, ତାହା ଆମ ପାଇଁ ବଡ଼ ବିଷୟ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe