ଏଣିକି ଶୀତଦିନରେ ବି କାର୍ଗିଲ-ଜାନସ୍କର ରାଜପଥରେ ଯାଇପାରିବ ସେନା ଗାଡି

Advertisment
ଏଣିକି ଶୀତଦିନରେ ବି କାର୍ଗିଲ-ଜାନସ୍କର ରାଜପଥରେ ଯାଇପାରିବ ସେନା ଗାଡି

photo-live hindustan

ଶ୍ରୀନଗର: ଖୁବ୍ ଶୀଘ୍ର ୨୩୦ କିଲୋମିଟର ଲମ୍ବ କାର୍ଗିଲ-ଜାନସ୍କର ରାଜପଥ ଅଲ ୱେଦର ରୋଡ଼ ବା ସବୁ ଋତୁରେ କାର୍ଯ୍ୟକ୍ଷମ ହୋଇପାରୁଥିବା ରାସ୍ତା ହୋଇଯିବ | ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଯାଇଛି | ଅଧିକାରୀ କହିଛନ୍ତି ଯେ ୨୩୦ କିଲୋମିଟର ଲମ୍ବ କାର୍ଗିଲ-ଜାନସ୍କର ଜାତୀୟ ରାଜପଥକୁ ସବୁଦିନିଆ ରାସ୍ତା କରିବା ପାଇଁ ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ ଏହାର ନବୀକରଣ ଏବଂ ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ କାର୍ଗିଲ-ଜାନସ୍କର ରାଜପଥ ଶୀତ ଋତୁରେ କାର୍ଯ୍ୟକ୍ଷମ ହୋଇଛି | ଜାତୀୟ ରାଜପଥ ୩୦୧, କାର୍ଗିଲ-ଜାନସ୍କର ରୋଡର ନବୀକରଣ ଏବଂ ସମ୍ପ୍ରସାରଣ ପ୍ରକଳ୍ପର କରିଡର ଅନୁମୋଦନ ସମ୍ବନ୍ଧରେ ଅଗ୍ରଗତିର ସମୀକ୍ଷା କରିବା ପାଇଁ କମିଶନର ସଚିବ (ସଡକ ଏବଂ ନିର୍ମାଣ ବିଭାଗ) ଅଜିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଆଜି ହୋଇଥିଲା |

ସେ କହିଛନ୍ତି ଯେ ୨୩୦ କିଲୋମିଟରର ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଆଠଟି ପ୍ୟାକେଜରେ ବିଭକ୍ତ କରାଯାଇଛି | ଜଣେ ସିନିୟର ଅଧିକାରୀ କହିଛନ୍ତି, ଏହା ସମ୍ପୂର୍ଣ୍ଣ ହୋଇଗଲେ ସୈନ୍ୟବାହିନୀ ଏବଂ ଭାରୀ ଅସ୍ତ୍ରଶସ୍ତ୍ରକୁ ନେଇ ସେନାର ଗାଡି ସବୁ ସମୟରେ ଯାଇପାରିବ |

ଏହା ସମ୍ପୂର୍ଣ୍ଣ ହେଲେ ମନାଲି, ଡାର୍ଚା ଏବଂ ପାଦୁମ ଅଞ୍ଚଳ ଦେଇ କାର୍ଗିଲକୁ ସବୁଠାରୁ କମ୍ ଦୂରତା ହେବ। ଲଦାଖର ସୁଦୂର ଅଞ୍ଚଳର ଆର୍ଥିକ ବିକାଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସାହୁ କହିଛନ୍ତି। କରିଡର ତଥା ଜାନସ୍କାରରେ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ମଧ୍ୟ ସମ୍ଭବ ହେବ ବୋଲି ସେ କହିଛନ୍ତି। ସୂଚନା ଥାଉ କି ଶୀତଦିନେ ତୁଷାରପାତ ହେତୁ ଏହି ରାସ୍ତା ବନ୍ଦ ରହିଥାଏ | ଆଉ ରାସ୍ତାରୁ ବରଫ ପାଇଁ ୫୮ଟି ମେସିନ୍ ଏବଂ ପ୍ରାୟ ୧୪୦ ଜଣ ଲୋକ ପ୍ରତିଦିନ କାର୍ଯ୍ୟ କରିଥାନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe