ବୀରଙ୍କୁ ସଲାମ୍‌: କାର୍ଗିଲ ବିଜୟ ଦିବସରେ ମ‌ନେପଡ଼େ ପାକିସ୍ତାନର ବେଇମାନି ଓ ଭାରତୀୟ ସେନାର ବୀରତ୍ବ

Advertisment

୨୪ ବର୍ଷ ତଳର ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି । ରହିବନି କେମିତି ଯେ!  ଆଜି ପରା କାର୍ଗିଲ ବିଜୟ ଦିବସ। ଏହି କଥା ମନେପଡ଼ିଲେ ଆମ ଛାତି ଗର୍ବ ଆଉ ଗୌରବରେ ଫୁଲି ଉଠେ।

୨୪ ବର୍ଷ ତଳର ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି । ରହିବନି କେମିତି ଯେ!  ଆଜି ପରା କାର୍ଗିଲ ବିଜୟ ଦିବସ। ଏହି କଥା ମନେପଡ଼ିଲେ ଆମ ଛାତି ଗର୍ବ ଆଉ ଗୌରବରେ ଫୁଲି ଉଠେ।

New Project (1)

ନୂଆଦିଲ୍ଲୀ: ୨୪ ବର୍ଷ ତଳର ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି । ରହିବନି କେମିତି ଯେ!  ଆଜି ପରା କାର୍ଗିଲ ବିଜୟ ଦିବସ। ଏହି କଥା ମନେପଡ଼ିଲେ ଆମ ଛାତି ଗର୍ବ ଆଉ ଗୌରବରେ ଫୁଲି ଉଠେ। ଦେଶପାଇଁ ସହିଦ ହୋଇ ଗର୍ବରେ ଆମ ଛାଡ଼ି ଚଉଡ଼ା କରିଥିବା ସେ ବୀରମାନେ ହେଉଛନ୍ତି କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ୍‌ ଅମୋଲ କାଲିଆ, ଲେଫ୍ଟନାଣ୍ଟ ବଲୱାନ ସିଂ ଆଦି। ଆହୁରି ଅନେକ ବୀର ରହିଛନ୍ତି; ଯାହାଙ୍କ ନାମ ଏଠାରେ ପ୍ରକାଶ କରାଯାଇ ନାହିଁ। 

୧୯୯୯ ମସିହା ଜୁଲାଇ ମାସରେ ଭାରତକୁ ପ୍ରବେଶ କରିଥିଲେ ପାକିସ୍ତାନୀ ସେନା । କାରଗିଲ ସେକ୍ଟରରେ ଖାଲି ପଡ଼ିଥିବା ବଙ୍କର ଗୁଡ଼ିକୁ ଛଦ୍ମ ବେଶରେ ଆସି ଅକ୍ତିଆର କରିନେଇଥିଲା ଧୋକାବାଜ ପାକିସ୍ତାନ । ଆଉ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା । ହେଲେ ମୁହଁତୋଡ଼ ଯବାବ ଦେଇ ବିଜୟ ହାସଲ କରିଥିଲେ ଆମ ଭାରତୀୟ ସେନା। 

୧୯୯୯ ମସିହା ଜୁଲାଇ ୨୬ । କାରଗିଲ ବିଜୟ ଦିବସ । ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା  । ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍‌ରେ କବ୍‌ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି । 

ଏତେ ସହଜ ନଥିଲା ଅପରେସନ ବିଜୟକୁ ସଫଳ କରାଇବା । ଏତେ ସହଜ ନଥିଲା ହଜାର ହଜାର ଫୁଟ ଉପରେ ବିଜୟର ବାନା ଉଡ଼ାଇବା । ଏତେ ସହଜ ନଥିଲା ଧୋକା ବାଜ ପାକିସ୍ତାନକୁ ଧକ୍କା ଦେଇ ବାହାର କରିବା । ତଥାପି ପଣ କରିଥିଲେ ଭାରତୀୟ ସେନା । ମାରିବୁ ନହେଲେ ମରିବୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe