www.indiatoday.in
ନୂଆଦିଲ୍ଲୀ: ଆଜି ଆମ ଦେଶ ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବ ମନାଉଛି। ଆଜିର ଦିନରେ ୧୯୯୯ ମସିହା କାର୍ଗିଲ୍ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି ଦେଶର ଟେକ ରଖିଥିଲା। ଆଜି ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାଛଡ଼ା କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ମୋଦୀ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି, ‘କାର୍ଗିଲ୍ ବିଜୟ ଦିବସ ଭାରତ ମାଆର ଗର୍ବ ଓ ଗୌରବର ପ୍ରତୀକ। ଏହି ଅବସରରେ ମାତୃଭୂମିର ପ୍ରତିରକ୍ଷା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସେ ସମସ୍ତ ବୀରଙ୍କୁ ମୋର ଶତ ନମସ୍କାର। ଜୟ ହିନ୍ଦ୍।’
ସେହିପରି ପ୍ରତିରାକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ୍ କରି ଲେଖିଛନ୍ତି, ‘କାର୍ଗିଲ ବିଜୟ ଦିବସରେ ଆମ ସଶସ୍ତ୍ର ବାହିନୀର ସାହସ, ସାହସିକତା ଓ ବଳିଦାନକୁ ଅଭିବାଦନ ଜଣାଉଛି। ମାତୃଭୂମି ପାଇଁ ସେମାନେ ଅନ୍ୟନ୍ତ କଠିନ ପରିସ୍ଥିତିର ମୁକାବିଲା କରି ବୀରତ୍ବ ପ୍ରଦର୍ଶନ କରିଥିଲେ। ସେମାନଙ୍କ ସାହସ ଭାରତ ଇତିହାସରେ ଚିରସ୍ଥାୟୀ ହୋଇ ରହିବ।’
Follow Us