କର୍ଣ୍ଣାଟକ ବିଜେପି ଦୁର୍ନୀତିରେ ବିଶ୍ୱ ରେକର୍ଡ କରିଛି: ରାହୁଲ

Advertisment
କର୍ଣ୍ଣାଟକ ବିଜେପି ଦୁର୍ନୀତିରେ ବିଶ୍ୱ ରେକର୍ଡ କରିଛି: ରାହୁଲ

କୋପାଲ(କର୍ଣ୍ଣାଟକ): କର୍ଣ୍ଣାଟକରେ କଂଗ୍ରେସର ସିଦ୍ଦରମେୟାଙ୍କ ସରକାର ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ଥିବା ବେଳେ ପୂର୍ବରୁ ଥିବା ବିଜେପି ସରକାର ଦୁର୍ନୀତିରେ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଉତ୍ତର କର୍ଣ୍ଣାଟକରେ ପ୍ରଚାର ଅଭିଯାନ ଚଳାଇଥିବା ରାହୁଲ ଆଜି ଏକ ଜନସଭାରେ ଉଦ୍‌୍‌ବୋଧନ ଦେଇ କହିଛନ୍ତି ଯେ ବିଜେପି ସରକାର ସମୟରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ସାମ୍ନାକୁ ଆସୁଥିଲା। ଏବେ କଂଗ୍ରେସ ସରକାରରେ କୌଣସି ଦୁର୍ନୀତି ନହେବା ହିଁ ସୁଶାସନର ଉଦାହରଣ ବୋଲି ସେ କହିଛନ୍ତି। ରାଜ୍ୟରେ ବିକାଶର ଧାରାକୁ ବଜାୟ ରଖିବା ପାଇଁ ପୁଣି ଥରେ କଂଗ୍ରେସକୁ -କ୍ଷମତାକୁ ଆଣିବା ପାଇଁ ରାହୁଲ ଭୋଟ୍‌ରଙ୍କୁ ନିବେଦନ କରିଛନ୍ତି। ଖଣି ଦୁର୍ନୀତିଠାରୁ ଆରମ୍ଭ ଛୋଟବଡ଼ ବହୁ ଦୁର୍ନୀତିରେ ସାମିଲ ଥିବା ବିଜେପି ନେତାମାନେ ଏବେ କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ହାସ୍ୟାସ୍ପଦ ବୋଲି ରାହୁଲ କହିଛନ୍ତି। ଦେଶରେ ଏବେ ବେକାରୀ ସମସ୍ୟା ବଢ଼ୁଥିବା ବେଳେ ବିମୁଦ୍ରାକରଣ ଓ ଜିଏସ୍‌୍‌ଟି ଲୋକଙ୍କ ପାଇଁ ଘୋର ସଙ୍କଟ ସୃଷ୍ଟି କରିଛି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe