କର୍ଣ୍ଣାଟକ ଜେଡିଏସ୍‌ ମୁଖ୍ୟ ବିଶ୍ବନାଥଙ୍କ ଇସ୍ତଫା

Advertisment
କର୍ଣ୍ଣାଟକ ଜେଡିଏସ୍‌ ମୁଖ୍ୟ ବିଶ୍ବନାଥଙ୍କ ଇସ୍ତଫା

ବେଙ୍ଗାଲୁରୁ,: କର୍ଣ୍ଣାଟକ ଜେଡିଏସ୍‌ ମୁଖ୍ୟ ଏଏଚ୍‌ ବିଶ୍ବନାଥ  ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସ୍‌ର ଶୋଚନୀୟ ପରାଜୟ ପାଇଁ ସେ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଶ୍ବନାଥ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ସୁପ୍ରିମୋଏଚ୍‌ଡି ଦେବଗୌଡ଼ାଙ୍କୁ ହରାଇବା ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସେ ପରୋକ୍ଷରେ କଂଗ୍ରେସକୁ ଦାୟୀ କରିଛନ୍ତି। ଜେଡିଏସ୍‌ ସୁପ୍ରିମୋଙ୍କୁ ଲୋକସଭା ନିର୍ବାଚନରେ ଠକି ଦିଆଯାଇଛି ଏବଂ ଦେବଗୌଡ଼ା ହାରିବାପାଇଁ କେଉଁମାନେ ଦାୟୀ ତାହା ରାଜ୍ୟବାସୀ ଜାଣିଛନ୍ତି ବୋଲି ବିଶ୍ବନାଥ କହିଛନ୍ତି।
ନିକଟରେ ବିଶ୍ବନାଥ କଂଗ୍ରେସ ନେତା ସିଦ୍ଦରାମେୟାଙ୍କୁ ମେଣ୍ଟ ସରକାରର ପରାଜୟ ପାଇଁ ଦାୟୀ କରିଥିଲେ। ମେଣ୍ଟ ସମନ୍ବୟ କମିଟିର ନେତୃତ୍ବ ନେଇଥିବା ସିଦ୍ଦରାମେୟାଙ୍କ ଭୂମିକାକୁ ନେଇ ବିଶ୍ବନାଥ ପ୍ରଶ୍ନ ଉଠାଇଥିଲେ। ତେବେ ବିଶ୍ବନାଥ ବିଜେପିରେ ଯୋଗ ଦେବେନାହିଁ ବୋଲି ସ୍ପ‌ଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe