DD News
ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏବେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ଯେଉଁ ବିପଦ ଦେଖାଦେଇଛି ସେନେଇ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ବୈଠକ ହୋଇଥିଲା। ମେଣ୍ଟ ସରକାରର ସଙ୍କଟ ଏଡ଼ାଇବା ପାଇଁ ଏହି ବୈଠକରେ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏତେବଡ଼ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ରାହୁଲ ଗାନ୍ଧୀ, ମା’ ସୋନିଆ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଅନୁପସ୍ଥିତ ଥିଲେ। ପ୍ରଥମେ ଏହି ବୈଠକ କଂଗ୍ରେସ ମୁଖ୍ୟ ପଦ ବାଛିବାପାଇଁ କୁହାଯାଇଥିଲେ ସୁଦ୍ଧା କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କହିଛନ୍ତି, କର୍ଣ୍ଣାଟକ କଂଗ୍ରେସ ସଙ୍କଟକୁ ନେଇ ଆଜିର ଏହି ବୈଠକ ହୋଇଥିଲା। ତେବେ ୧୧ ଜଣ ବିଧାୟକ କଂଗ୍ରେସ ଏବଂ ଜେଡିଏସ୍ ଛାଡ଼ିଦେବା ଘଟଣା ପାଇଁ ସୁର୍ଯ୍ୟେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଦାୟୀ କରିଛନ୍ତି। ଆଜିର ବୈଠକରେ ଆନନ୍ଦ ଶର୍ମା, ଅହମଦ ପଟେଲ, ଗୁଲାମନବୀ ଆଜାଦ, ପି ଚିଦମ୍ବରମ , ଦୀପେନ୍ଦ୍ର ହୁଦା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ।
Follow Us