କର୍ଣ୍ଣାଟକ ଲୋକସଭା ଉପନିର୍ବାଚନ : ଦୌଡ଼ରେ ୩ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅ

Advertisment
କର୍ଣ୍ଣାଟକ ଲୋକସଭା ଉପନିର୍ବାଚନ : ଦୌଡ଼ରେ ୩ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ବେଙ୍ଗାଲୁରୁ: କର୍ଣ୍ଣାଟକର ସିମୋଗା ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ କର୍ଣ୍ଣାଟକର ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟର ପୂର୍ବ ବିଜେପି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ୟୁରପ୍ପାଙ୍କ ପୁଅ ବି ୱାଇ ରାଘବେନ୍ଦ୍ର (୪୫), ପୂର୍ବ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏସ୍‌ ବଙ୍ଗରାପ୍ପାଙ୍କ ପୁଅ ମଧୁ ବଙ୍ଗରାପ୍ପା (୫୨) ଏବଂ ପୂର୍ବ ଜନତା ଦଳ ମୁଖ୍ୟମନ୍ତ୍ରୀ ଜେ ଏଚ୍ ପଟେଲ୍‌ଙ୍କ ପୁଅ ମହିମା ପଟେଲ୍‌ (୫୮) ସିମୋଗା ଆସନ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଫଳରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe