ଆସ୍ଥା ଭୋଟ୍ ସମୟରେ ସାମ୍ନାକୁ ଆସିଲା ଅନୁପସ୍ଥିତ ଥିବା କଂଗ୍ରେସ ବିଧାୟକଙ୍କ ଏହି ଫଟୋ

Advertisment

photo-oneindia-

ବେଙ୍ଗାଲୁରୁ: ଆଜି ( ଗୁରୁବାର ) କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜନତା ଦଳ (ଏସ୍)- କଂଗ୍ରେସ ମେଣ୍ଟ ସରକାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ର ସମ୍ମୁଖୀନ ହୋଇଛି। ଏଥିପାଇଁ ଆଲୋଚନା ଆରମ୍ଭ ହୋଇ ଯାଇଛି।ସେପଟେ ଜଣେ କଂଗ୍ରେସ ବିଧାୟକ ବିଧାନସଭାରେ ଅନୁପସ୍ଥିତ ଅଛନ୍ତି।

ଏଭଳି ପରିସ୍ଥିତିରେ ସେହି କଂଗ୍ରେସ ବିଧାୟକଜଣକ କୁଆଡେ ଗଲେ ବୋଲି ଚର୍ଚ୍ଚା ହେଉଥିଲା। ତେଣେ ନାଟକୀୟ ଢ଼ଙ୍ଗରେ ଉକ୍ତ ବିଧାୟକ ଶ୍ରୀମନ୍ତ ପାଟିଲଙ୍କ ଫଟୋ ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲଙ୍କର ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ସେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଗତକାଲି ରାତିରେ ନିଜର ମସ୍ତିଷ୍କରେ ସମସ୍ୟା ଦେଖା ଦେବା ଫଳରେ ମୁମ୍ବାଇ ଆସି ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ।

publive-image Image Source: Hindustan Times

ଆସ୍ଥା ଭୋଟ୍ ସପକ୍ଷରେ ୨୬ ଜଣ ବିଧାୟକ କହିବେ ବୋଲି ମେଣ୍ଟ୍ ସରକାର ତାଲିକା ଦେବା ପରେ ଏଥିପାଇଁ ସମୟ ଧାର୍ଯ୍ୟ କରିବାକୁ ୟେଦ୍ଦ୍ୟୁରପ୍ପା ବାଚସ୍ପତି କେ ଆର୍ ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ। କୁମାରସ୍ୱାମୀ ଅନ୍-ଲାଇନ୍ ମୋସନ୍ ଆଗତ କରିବା ପରେ ବିରୋଧୀ ବିଜେପି ନେତା ବିଏସ୍ ୟେଦ୍ଦ୍ୟୁରପ୍ପା କହିଲେ କି, ଆସ୍ଥାଭୋଟ୍ ପ୍ରକ୍ରିୟା ଗୋଟିଏ ଦିନରେ ଶେଷ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe