ଆଜି କର୍ଣ୍ଣାଟକ କ୍ୟାବିନେଟ୍‌ ସମ୍ପ୍ରସାରଣ, ସାମିଲ ହେବେ ୨୯ଜଣ ନୂଆ ମନ୍ତ୍ରୀ, କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ

Advertisment
ଆଜି କର୍ଣ୍ଣାଟକ କ୍ୟାବିନେଟ୍‌ ସମ୍ପ୍ରସାରଣ, ସାମିଲ ହେବେ ୨୯ଜଣ ନୂଆ ମନ୍ତ୍ରୀ, କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ

Image Courtesy of Zee News

ନୂଆଦିଲ୍ଲୀ: ସରକାରରେ ୨୯ଜଣ ନୂଆ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରି ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କ୍ୟାବିନେଟ୍‌ ସମ୍ପ୍ରସାରଣ କରିବେ। ଦିଲ୍ଲୀ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ କହିଛନ୍ତି, ନୂଆ କ୍ୟାବିନେଟ୍‌ରେ ୨୯ଜଣ ମନ୍ତ୍ରୀଙ୍କୁ ସାମିଲ କରାଯିବ, କିନ୍ତୁ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ।

ଆଜି ଅପରାହ୍ଣ ୨.୧୫ରେ ରାଜଭବନର ‘ଗ୍ଲାସ୍‌ ହାଉସ୍‌’ରେ କର୍ଣ୍ଣାଟକର ପ୍ରଥମ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଚୟନ ନିମନ୍ତେ ଦୁଇ ଦିନ ହେବ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି ଯେ, ଗତ ଦୁଇ ଦିନ ହେବ ଦିଲ୍ଲୀରେ ଆମେ ମନ୍ତ୍ରୀମାନଙ୍କ ସମ୍ବନ୍ଧରେ ସମସ୍ତ ଆଲୋଚନା କରିସାରିଛୁ। ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀ ପରିଷଦ୍‌ର ଔପଚାରିକ ତାଲିକା ମିଳିଯିବ।

publive-image Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକା‌ଲି ଓ ପଅରଦିନ ମୁଁ ହାଇକମାଣ୍ଡଙ୍କ ସହ କ୍ୟାବିନେଟ୍‌ ସମ୍ବନ୍ଧରେ ବିଶଦ୍‌ ଆଲୋଚନା କରିଛି। ପ୍ରାୟ ଦିନ ୧୧ଟା ସାଢ଼େ ୧୧ ବେଳକୁ ରାଜଭବନରୁ ଗଣମାଧ୍ୟମକୁ ନୂଆ ମନ୍ତ୍ରୀମାନଙ୍କର ଔପଚାରିକ ତାଲିକା ମିଳିଯିବ। ଏହାଛଡ଼ା, ବାକି ପଡ଼ିଥିବା ଦୁଇ ତିନୋଟି ସମସ୍ୟା ସଂକ୍ରାନ୍ତରେ ପରେ ବିଧାନସୌଧରେ ଆଲୋଚନା କରାଯିବ।

‌ମନ୍ତ୍ରୀ ଚୟନର ଶେଷ ମୁହୂର୍ତ୍ତରେ କୌଣସି ଅନିଶ୍ଚିତତା ସୃଷ୍ଟି ହୋଇଛି କି, ନାହିଁ ପଚରା ଯିବାରୁ ସେ କହିଲେ, କୌଣସି ଅନିଶ୍ଚିତତା ନହିଁ, ବିଚାରବିମର୍ଶ ଚାଲିଛି, ବଡ଼ କଥା ହେଲା ଆମ ଦଳ ଏକ ଜାତୀୟ ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe