ନୂଆଦିଲ୍ଲୀ: କର୍ଣ୍ଣାଟକରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର କମିଟି ଏହାର ତଦନ୍ତ ଆରମ୍ଭ କରିଥିଲେ।
କର୍ଣ୍ଣାଟକରେ ହଠାତ ଲୋକଙ୍କର ହେଉଥିବା ମୃତ୍ୟୁ ପାଇଁ କରୋନା ଟୀକାକୁ ଦାୟୀ କରାଯାଉଛି। ଏହିସବୁ ଘଟଣାକୁ ନେଇ ଆଇସିଏମଆର ଏବଂ ଏମ୍ସ ପକ୍ଷରୁ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି କି ହୃଦଘାତ ଏବଂ କରୋନା ଟୀକା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ହଠାତ୍ ହେଉଥିବା ମୃତ୍ୟୁର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ।
ନିକଟରେ କର୍ଣ୍ଣାଟକ କମିଟି ଏକ ରିପୋର୍ଟ ଉପସ୍ଥାପନ କରିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ସୂଚିତ ଅଛି କି କୋଭିଡ୍-୧୯ ଟୀକା ଏବଂ ଲୋକଙ୍କର ହଠାତ/ ହୃଦଘାତ ହେଉଥିବା ମୃତ୍ୟୁ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ନାହିଁ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଟୀକା ନେବାର ୧ ବର୍ଷ ମଧ୍ୟରେ ବିପଦକୁ ବିଚାର କରାଯାଇପାରିବ, କିନ୍ତୁ ମହାମାରୀ ତିନି ବର୍ଷ ପୂର୍ବରୁ ଦୂର ହୋଇସାରିଛି, ତେଣୁ ଏବେ ଏହାର ସଂଯୋଗକୁ ବିଶ୍ୱାସ କରାଯାଇପାରିବ ନାହିଁ।
ଏପରି ମୃତ୍ୟୁର କାରଣ, ବିଶେଷକରି ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖା ଦେଉଛି। ୫୦ ପ୍ରତିଶତରୁ ଅଧିକ ଯୁବକ ଧୂମପାନ ଓ ମଦ୍ୟପାନ କରନ୍ତି। ଏହି କାରଣରୁ ସମୟ ସମୟରେ ସୁଗାର ଏବଂ ରକ୍ତଚାପ ଭଳି ସମସ୍ୟା ଦେଖାଦିଏ, ଯାହା ହୃଦଘାତର ଏକ କାରଣ ହୋଇଥାଏ।
Follow Us