କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ୨,୫୦୦ କୋଟି ଟଙ୍କାରେ ବିକ୍ରି ହେଉଛି: କଂଗ୍ରେସର ଅଭିଯୋଗ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ୨,୫୦୦ କୋଟି ଟଙ୍କାରେ ବିକ୍ରି ହେଉଛି: କଂଗ୍ରେସର ଅଭିଯୋଗ

Image Courtesy of NDTV

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦବୀ ଖୁବ୍‌ ମହଙ୍ଗା ବ୍ୟାପାର ଏବଂ ତାହାର ମୂଲ୍ୟ ୨,୫୦୦ କୋଟି ଟଙ୍କା ବୋଲି ଜଣେ ବରିଷ୍ଠ ‘ବିଜେପି’ ନେତା କହିଥିବା କଥା ଆଜି କର୍ଣ୍ଣାଟକ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଦସ୍ୟ ବି. କେ. ହରିପ୍ରସାଦ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ ଅଛନ୍ତି ଏବଂ ସେଥିପାଇଁ ମୋଟା ଅଙ୍କର ଅର୍ଥ କାରବାର ହେଉଛି। କାହାରି ନାଁ ଉଲ୍ଲେଖ ନ କରି ସେ କହିଛନ୍ତି, ଜଣେ ବରିଷ୍ଠ ‘ବିଜେପି’ ନେତାଙ୍କ କହିବା ଅନୁସାରେ, ଏଥିପାଇଁ ୨,୫୦୦ କୋଟି ଟଙ୍କା ଦେବାକୁ ପଡ଼ିବ।

ବସବରାଜ ବ‌ୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ବ‌ୋଲି ମାସେରୁ ଅଧିକାଳ ହେବ କଳ୍ପନାଜଳ୍ପନା ଚାଲିଥିବା ବେଳେ ପ୍ରଥମ କରି ଜଣେ ନେତା ଆଜି କହିଲେ କି, ମୁଖ୍ୟମନ୍ତ୍ରୀ ପଦ ବିକ୍ରୟ ହେବ।

publive-image Image Courtesy of The Indian Express

ସଦ୍ୟତମ କଳ୍ପନାଜଳ୍ପନା ଅନୁସାରେ, ଲିଙ୍ଗାୟତ ନେତା ବି.ଏସ୍‌. ୟେଦ୍ଦୁୟୁରେପ୍ପାଙ୍କୁ ସଂସଦୀୟ କମିଟିରେ ସାମିଲ କରାଯାଇ ଥିବାରୁ ‘ବିଜେପି’ର କେନ୍ଦ୍ରୀୟ ନେତୃତ୍ବ ବୋମ୍ମାଇଙ୍କୁ ପ୍ରତ୍ୟାହାର କରିନେ‌ବେ। କିନ୍ତୁ, ଏହି ଗୁଜବକୁ ‘ବିଜେପି’ର ଜାତୀୟ ସଚିବ ଅରୁଣ ସିଂହ ଅଗ୍ରାହ୍ୟ କରି ଦେଇଛନ୍ତି। ଆସନ୍ତାବର୍ଷ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରି କର୍ଣ୍ଣାଟକ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ବୋମ୍ମାଇଙ୍କୁ ହଟାଇବା ଅସମ୍ଭବ। ତାଙ୍କ ଉପରେ ଆମ ନେତୃତ୍ବର ପୂର୍ଣ୍ଣ ଭରସା ଅଛି। ସେ ନିଶ୍ଚୟ ତାଙ୍କ ପାଳି ପୂରଣ କରିବେ।

ବୋମ୍ମାଇଙ୍କ କ୍ୟାବିନେଟ୍‌ର ଅନ୍ୟତମ ମନ୍ତ୍ରୀ ପ୍ରଭୁ ଚୌହାନ୍‌ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ମିଥ୍ୟା ସୃଷ୍ଟି କରୁଛି। ଏମିତିକା ଗୁଜବ ଉଠିବ। ବୋମ୍ମାଇ ବି ମୁଖ୍ୟମନ୍ତ୍ରୀ ରହିବେ। କଂଗ୍ରେସ ଏବେ କ୍ଷମତାରେ ନାହିଁ। ସେମାନେ କେବଳ ମିଛ ତିଆରି କରୁଛନ୍ତି। କଂଗ୍ରେସର ଆଉ କିଛି କହିବାକୁ ବାକିନାହିଁ। ସେମାନେ ମନଗଢ଼ା କଥା ପ୍ରସାର କରିବେ। ନଚେତ ଖବରକାଗଜରେ ତାଙ୍କ କଥା ବାହାରିବ ନାହିଁ। ମୁଁ କଂଗ୍ରେସର ବିବୃତିକୁ ନିନ୍ଦା କରୁଛି। ଏଇଟା ମିଛ କଥା। ମୁଖ୍ୟମନ୍ତ୍ରୀ ପଦ ବିକ୍ରି ହୁଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe