Karnataka: ବଦଳିବେନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ୫ ବର୍ଷ ପୂରଣ କରିବେ ସିଦ୍ଧରମୈୟା

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବାର ସମ୍ଭାବନା କ୍ଷୀଣ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ବୋଲି କଂଗ୍ରେସ ସୁତ୍ରରୁ ଜଣାପଡ଼ିଛି । ଏହା ଫଳରେ ଡିକେ ଶିବକୁମାର ଶିବିର ନିରାଶ ହୋଇଛନ୍ତି ।

sidda

Siddaramaiah to continue !

ନୂଆଦିଲ୍ଲୀ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବାର ସମ୍ଭାବନା କ୍ଷୀଣ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ବୋଲି କଂଗ୍ରେସ ସୁତ୍ରରୁ ଜଣାପଡ଼ିଛି । ଏହା ଫଳରେ ଡିକେ ଶିବକୁମାର ଶିବିର ନିରାଶ ହୋଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କଂଗ୍ରେସ (Congress) ହାଇକମାଣ୍ଡ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ କୌଣସି ମନୋଭାବରେ ନାହାନ୍ତି। ଗୁରୁବାର ବିଳମ୍ବିତ ରାତିରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଫୋନ୍ରେ ପ୍ରାୟ ୧୦ ମିନିଟ୍ କଥା ହୋଇଥିଲେ। ତେବେ ଡିସେମ୍ବର ପରେ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ଅଛି। ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ।

ଆହୁରି ପଢନ୍ତୁ : Crisis in Karnataka Congress: କ୍ଷମତା ଆବଣ୍ଟନକୁ ଅଢେଇ ବର୍ଷ ପୂରିଲା, ମୁଖ୍ୟମନ୍ତ୍ରୀ ଚୌକି ପାଇଁ ପୁଣି ଛକାପଞ୍ଝା ଆରମ୍ଭ ହେଲା…

ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଖରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ଅଛି। ତଥାପି, ଡିକେ ଶିବକୁମାରଙ୍କ ଶିବିରର ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଛନ୍ତି । ସୋମବାର ସୁଦ୍ଧା ଡିକେ ଶିବକୁମାରଙ୍କ ଶିବିରର ଆଉ କିଛି ସଦସ୍ୟ ଦିଲ୍ଲୀରେ ପହଞ୍ଚିପାରନ୍ତି। ଏହା ସତ୍ତ୍ବେ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ବଦଳାଇବା ସପକ୍ଷରେ ନାହାନ୍ତି ବୋଲି ଜଣାପଡ଼ିଛି । 

ଆହୁରି ପଢନ୍ତୁ : PM Modi Visit to South Africa: ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, G20 ସମ୍ମିଳନୀରେ ହେବେ ସାମିଲ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe