‘ଇଡି’ରେ ହାଜର ହେବାକୁ ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ଦିଲ୍ଲୀ ଆସିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାର

Advertisment
‘ଇଡି’ରେ ହାଜର ହେବାକୁ ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ଦିଲ୍ଲୀ ଆସିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାର

Image Courtesy of ANI

ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ଆଜି ସକାଳେ କର୍ଣ୍ଣାଟକ କଂଗ୍ରେସ ୟୁନିଟ୍‌ର ମୁଖ୍ୟ ଡି.କେ. ଶିବକୁମାର ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।

‘ୟଙ୍ଗ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଦେଇଥିବା ଆର୍ଥିକ ଅନୁଦାନ ସହିତ ଜଡ଼ିତ ଥିବା ତଦନ୍ତ ସକାଶେ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟଠାରୁ ଗତକାଲି ଶିବକୁମାର ଏବଂ ତାଙ୍କ ଭାଇ ତଥା ସାଂସଦ ଡି.କେ. ସୁରେଶଙ୍କୁ ସମନ୍ ଦେଇଥିଲା।

ହାଜର ତାରିଖ ଘୁଞ୍ଚାଇବା ଲାଗି ପୂର୍ବରୁ ଶିବକୁମାର କରିଥିବା ଅନୁରୋଧକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗ୍ରାହ୍ୟ କରି ଦୁଇ ଭାଇଙ୍କୁ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲା। ଦିଲ୍ଲୀ ଆସିବା ଆଗରୁ ଶିବକୁମାର କହିଥିଲେ ଯେ, ଦିଲ୍ଲୀ ଆସିବା ଲାଗି ତାଙ୍କୁ ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ଆସିବାକୁ ପଡ଼ିଲା।

publive-image Image Courtesy of India Today

ସେ କହିଛନ୍ତି, ହାଜର ହେବା ପାଇଁ ସମୟ ଚାହିଁଥିଲି, କିନ୍ତୁ ଅଗ୍ରାହ୍ୟ କରାଗଲା। ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ କର୍ଣ୍ଣାଟକ ଦେଇ ଯାଉଥିବାରୁ ସେଠାରେ ‌ମୋର ବହୁ ଦାୟିତ୍ବ ଅଛି। ଦଳୀୟ ନେତାମାନଙ୍କ ସହିତ ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନେବି।

ଆର୍ଥିକ ଦୁର୍ନୀତି ମାମଲାରେ ଗତ ମେ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବ କୁମାର ଏବଂ ଅନ୍ୟମାନଙ୍କ ନାଁରେ ଚାର୍ଜ ସିଟ୍‌ ଦାଖଲ କରିଛି। ଆୟକର ବିଭାଗ ଫାଇଲ୍‌ କରିଥିବା ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା।

ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଡି.କେ. ଶିବକୁମାରଙ୍କ ପତ୍ନୀ ଓ ମାଆଙ୍କୁ ହାଜର ହେବାକୁ ସମନ୍‌ ଜାରି କରିଥିଲା। ପରେ ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ୍‌ କରାଯାଇଥିଲା। ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ଚାର୍ଜସିଟ୍‌ରେ ଶିବକୁମାରଙ୍କ ପତ୍ନୀ ଓ ମାଆଙ୍କ ନାମ ଉଲ୍ଲେଖ କରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe