ଶିବକୁମାରଙ୍କୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଝଡ଼: ଦଳ ପ୍ରତି ଆନୁଗତ୍ୟ ନେଇ ପ୍ରଶ୍ନ ଉଠିଲା

Advertisment

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଗତକାଲି ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ଆୟୋଜିତ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ  ତାଙ୍କୁ ଦଳ ଭିତରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଗତକାଲି ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ଆୟୋଜିତ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ  ତାଙ୍କୁ ଦଳ ଭିତରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

sddzxx

ବେଙ୍ଗାଲୁରୁ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଗତକାଲି ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ଆୟୋଜିତ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ  ତାଙ୍କୁ ଦଳ ଭିତରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ସହିତ ପ୍ରୟାଗରାଜରେ ମହାକୁମ୍ଭମେଳାର ସଫଳ ଆୟୋଜନ ପାଇଁ ଶିବକୁମାର ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପ୍ରଶଂସା କରିଥିବାରୁ ଏହାକୁ ନେଇ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।  ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ପିଭି ମୋହନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ତାଙ୍କ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଶିବକୁମାରଙ୍କ କାର୍ଯ୍ୟ ଦଳକୁ କ୍ଷତି ପହଞ୍ଚାଇଛି।
ସୂଚନାଯୋଗ୍ୟ, ଗତକାଲି ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ଶିବକୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ଈଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି   କାର୍ଯ୍ୟକ୍ରମ ରାତି ତମାମ ଚାଲିଥିଲା ଏବଂ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିବାରୁ ଶିବକୁମାର ସଦ୍‌ଗୁରୁଙ୍କୁ କୃତଜ୍ଞତା ଜଣାଇଥିଲେ।

ଦଳ ପ୍ରତି ଆନୁଗତ୍ୟ ନେଇ ପ୍ରଶ୍ନ ଉଠିଲା
ଯୋଗୀଙ୍କୁ ପ୍ରଶଂସା କରିବା ନେଇ ଦଳ କ୍ଷୁବ୍ଧ

ଏହାର ଜୋର୍‌ଦାର  ବିରୋଧ କରି ବରିଷ୍ଠ କଂଗ୍ରେସ ନେତା ପି ଭି ମୋହନ ପ୍ରଶ୍ନ କରିଛନ୍ତି ଯେ ଏକ ଧର୍ମନିରପେକ୍ଷ ଦଳର ରାଜ୍ୟ  ସଭାପତି ଭାବେ ଶିବକୁମାର କାର୍ଯ୍ୟ କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଉପହାସ କରିଥିବା ବ୍ୟକ୍ତିଙ୍କୁ ସେ କିପରି କୃତଜ୍ଞତା ଜଣାଇପାରିବେ।  ଈଶା ଯୋଗ କେନ୍ଦ୍ରରେ ନିଜର ଅନୁଭୂତି ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଥିବା ଶିବକୁମାର  ସଦ୍‌ଗୁରୁଙ୍କ  ଧନ୍ୟବାଦ ଜଣାଇବା ସହ ନିମନ୍ତ୍ରଣର ଏକ ଫଟୋ ପୋଷ୍ଟ କରିଥିଲେ। ଅନେକ କଂଗ୍ରେସ ନେତା କହିଛନ୍ତି ଯେ ଉଭୟ ଇଶା ଫାଉଣ୍ଡେସନ ଏବଂ ଜାଗୀ ବାସୁଦେବଙ୍କ ବିଚାରଧାରା ବିଜେପି ଓ ଆରଏସ୍‌ଏସ୍‌ ସହିତ ମେଳ ଖାଉଛି । ଆମେ ସମ୍ପୂର୍ଣ୍ଣ ଭାବେ ଆରଏସ୍‌ଏସ୍‌ ବିଚାରଧାରା ବିରୋଧରେ ଅଛୁ ଏବଂ ରାହୁଲ ଗାନ୍ଧୀ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଯେଉଁମାନେ କଂଗ୍ରେସରେ ଥାଇ ଆରଏସ୍‌ଏସ୍‌ ବିଚାରଧାରା ଅନୁସରଣ କରିବେ ସେମାନେ ଦଳ ଛାଡ଼ି ଦେଇପାରନ୍ତି। ଅନ୍ୟପକ୍ଷରେ ଅମିତ ଶାହଙ୍କ ସହିତ ମଞ୍ଚରେ ଶିବକୁମାର ଉପସ୍ଥିତ ରହିବା ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।  ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହ ତାଙ୍କ ତୀବ୍ର ମତଭେଦ ଆଗକୁ ରାଜ୍ୟରେ କଂଗ୍ରେସର ସଙ୍କଟ ବଢ଼ାଇପାରେ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe