ସାମ୍ବାଦିକ ସମ୍ମିଳନୀରେ ବସିଥିବା ବେଳେ ଚୌକିରୁ ଖସିପଡ଼ିଲେ କଂଗ୍ରେସ ନେତା ଉଡ଼ିଗଲା ପ୍ରାଣବାୟୁ

Advertisment
ସାମ୍ବାଦିକ ସମ୍ମିଳନୀରେ ବସିଥିବା ବେଳେ ଚୌକିରୁ ଖସିପଡ଼ିଲେ କଂଗ୍ରେସ ନେତା ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ପ୍ରେସ କ୍ଲବରେ ଏକ କଂଗ୍ରେସ ନେତାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକ କଂଗ୍ରେସ ନେତାଙ୍କ ନାମ ସିକେ ରବିଚନ୍ଦ୍ରନ। ସେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ଥିଲେ।

ସୂଚନାଯୋଗ୍ୟ, କର୍ଣ୍ଣାଟକର ବହୁ ଚର୍ଚ୍ଚିତ ମଇସୁର ଅର୍ବାନ୍‌ ଡେଭଲପମେଣ୍ଟ ଅଥରିଟି ତଥା ଏମୟୁଡିଏ ଦୁର୍ନୀତି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମଇସୁର ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟପାଳଙ୍କ ବିରୋଧରେ ସେ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ।

ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସିକେ ରବିଚନ୍ଦ୍ରନ ହଠାତ ଚୌକିରୁ ତଳକୁ ଖସି ପଡ଼ିଥି‌ଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଓ ସାମ୍ବାଦିକ ବନ୍ଧୁମାନେ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ସିକେ ରବିଚନ୍ଦ୍ରନଙ୍କୁ ଉଦ୍ଧାର କରି କୁନିଙ୍ଗହାମ ରୋଡରେ ଥିବା ଫୋର୍ଟିସ ହସ୍ପିଟାଲକୁ ନେଇଥିଲେ ‌ହେଁ ଡାକ୍ତର କଂଗ୍ରେସ ନେତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ହଠାତ କଂଗ୍ରେସ ନେତାଙ୍କ ଏଭଳି ମୃତ୍ୟୁକୁ କେହି ବିଶ୍ବାସ କରି ପାରୁ ନାହାନ୍ତି। ସିକେ ରବିଚନ୍ଦ୍ରନଙ୍କ ମୃତ୍ୟୁ ସମୟର ଭିଡିଓ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘ମୃତ୍ୟୁ ଏମିତି ବି ଆସେ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe