କଠୋରପନ୍ଥୀମାନଙ୍କୁ ଜବାବ ଦେବା ପାଇଁ ଦଳିତ ସନ୍ଥଙ୍କ ପାଟିରୁ ଖାଦ୍ୟ କାଢ଼ି ଖାଇଲେ କଂଗ୍ରେସ ବିଧାୟକ

Advertisment
କଠୋରପନ୍ଥୀମାନଙ୍କୁ ଜବାବ ଦେବା ପାଇଁ ଦଳିତ ସନ୍ଥଙ୍କ ପାଟିରୁ ଖାଦ୍ୟ କାଢ଼ି ଖାଇଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସେ ଦଲିତ ସମାଜର ସନ୍ଥ ନାରାୟଣଙ୍କ ପାଟିରରୁ ଖାଦ୍ୟ ଆଣି ନିଜେ ଖାଉଛନ୍ତି। ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା କଠୋରପନ୍ଥୀମାନଙ୍କୁ ଟାର୍ଗେଟ କରି ଅହମ୍ମଦ ଖାନ ଏଭଳି କରିଥିବା ଜଣାପଡ଼ିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛିି ଯେ, କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନ ଟେବୁଲ ଉପରେ ରଖାଯାଇଥିବା ଖାଦ୍ୟ ଥାଳିରୁ ଖାଦ୍ୟ ନେଇ ସନ୍ଥ ନାରାୟଣଙ୍କୁ ଖୁଆଉଛନ୍ତି। ଏହା ପରେ ସନ୍ଥ ନାରାୟଣ ମଧ୍ୟ କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ଥାଳି ଆଡକୁ ହାତ ନେବା ପରେ ବିଧାୟକ ଜମିର ଅହମ୍ମଦ ଖାନ ତାଙ୍କୁ ଏଭଳି କରିବାକୁ ମନା କରୁଛନ୍ତି। ଥାଳିରୁ ନୁହେଁ ବରଂ ନିଜ ପାଟିରୁ ଅଇଁଠା ଖାଦ୍ୟ କାଢ଼ି ମୋତେ ଖୁଆଅ ବୋଲି କହୁଛନ୍ତି ବିଧାୟକ ଜମିର ଅହମ୍ମଦ ଖାନ। ବିଧାୟକ କଥା ଶୁଣି ସନ୍ଥ ନାରାୟଣ ନିଜ ପାଟିରୁ ଖାଦ୍ୟ କାଢ଼ି ବିଧାୟକଙ୍କୁ ଖୁଆଉଛନ୍ତି। ଏଭଳି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ଲୋକେ ତାଳି ମାରି ବିଧାୟକଙ୍କ ପ୍ରଶଂସା କରୁଛନ୍ତି।

ଜାତୀୟ ଗଣମାଧ୍ୟମ ଏନଡିଟିଭି ଅନୁଯାୟୀ, ଚାମରାଜପେଟରେ ଆମ୍ବେଦକର ଜୟନ୍ତୀ-ଇଦ୍ ମିଲନ୍ ଅବସରରେ ଏକ କାର୍ଯ୍ୟକ୍ରମର ଆ‌ୟୋଜନ କରାଯାଇଥିଲା। ରବିବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜମିର ଖାନ ସମ୍ପ୍ରଦାୟ ମଧ୍ୟରେ ମତଭେଦ ହ୍ରାସ କରିବା ବିିଷୟରେ ଆଲୋଚନା କରିବା ସହ ସନ୍ଥଙ୍କକ ପାଟିରୁ ଅଇଁଠା ଖାଦ୍ୟ ଖାଇ କଠୋରପନ୍ଥୀମାନଙ୍କୁ ଟାର୍ଗେଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe